fbpx

ସ୍କୁଲ୍ ଡ୍ରପଆଉଟ୍, ତା’ପରେ ୮ ହଜାର ଟଙ୍କାର ଚାକିରି, ଏବେ ଭାରତର ସର୍ବକନିଷ୍ଠ କୋଟିପତି

ନୂଆଦିଲ୍ଲୀ, ୧୨ା୪: ବିନା ଡିଗ୍ରୀରେ ଯେ ସଫଳତା ମିଳିବ, ଏକଥା ପ୍ରମାଣିତ କରି ଦେଖାଇଛନ୍ତି ନିଖିଲ କାମାତ । ୩୪ ବର୍ଷୀୟ ନିଖିଲ ଦେଶର ସର୍ବକନିଷ୍ଠ କୋଟିପତି ହେବାର ଗୌରବ ହାସଲ କରିଛନ୍ତି । ନିଖିଲ ହେଉଛନ୍ତି ଦେଶର ବୃହତ୍ତମ ବ୍ରୋକେରେଜ୍ ଫାର୍ମ କମ୍ପାନୀ Zerodhaର କୋ-ଫାଉଣ୍ଡର ।

ମାତ୍ର ୧୪ ବର୍ଷ ବୟସରେ ନିଖିଲଙ୍କ ମନକୁ ବିଜିନେସ କରିବାର ଆଇଡିଆ ଆସିଥିଲା । ଫଳରେ ସେ ନିଜ ସାଙ୍ଗସାଥୀଙ୍କ ମିଶି ପୁରୁଣା ଫୋନ କିଣାବିକା କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ତାଙ୍କର ପରିବାରବର୍ଗ ଏକଥା ଜାଣିବା ପରେ ସମସ୍ତ ଫୋନକୁ ଟଏଲେଟରେ ପକାଇ ଦେଇଥିଲେ । ସ୍କୁଲରେ ଉପସ୍ଥିତି ଠିକ ନ ରହିବା କାରଣରୁ ସେ ପରୀକ୍ଷା ଦେଇପାରିନଥିଲେ । ଫଳରେ ତାଙ୍କର ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା । ସ୍କୁଲରୁ ଡ୍ରପଆଉଟ୍ ହେବା ପରେ ନିଖିଲ ଜୀବନରେ କ’ଣ କରିବେ କିଛି ବି ଭାବି ପାରୁନଥିଲେ । ଏହାପରେ ୧୭ ବର୍ଷ ବୟସରେ ସେ ୮ ହଜାର ଟଙ୍କା ମାସିକ ଦରମାରେ ଏକ କଲ ସେଣ୍ଟରେ ଚାକିରି କରିଥିଲେ । ଧୀରେ ଧୀରେ ସେ ଶେୟାର ବଜାର ଆଡ଼କୁ ଆକୃଷ୍ଟ ହୋଇଥିଲେ । ୨୦୧୦ରେ ସେ ନିଜର ବଡ଼ଭାଇଙ୍କ ସହ ମିଶି Zerodha କମ୍ପାନୀର ଶୁଭାରମ୍ଭ କରିଥିଲେ । ତା’ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ୨୦୨୦ରେ ଦୁଇ ଭାଇ ଫୋବର୍ସ ଦ୍ୱାରା ଭାରତର ୧୦୦ ଜଣ ଧନୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ବର୍ତ୍ତମାନର Zerodhaର ପ୍ରାୟ ୪୦ ଲକ୍ଷ ପଞ୍ଜୀକୃତ ୟୁଜର୍ସ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.