fbpx

ସ୍କୁଲ ଛାତ୍ରୀଙ୍କୁ ଅମାନବୀୟ ଭାବେ ମାଡ଼ ମାରୁଥିଲା ଜଣେ ଯୁବକ, ଆଉ ଜଣେ ଶୁଟ୍ କରୁଥିଲା: ଆକ୍ସନ ମୋଡକୁ ଆସିଲେ ମୁଖ୍ୟମନ୍ତ୍ରୀ, Video Viral

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଘଟଣା ସୋସିଆଲ ମିଡ଼ିଆରେ ଖୁବ୍ ସମୟ ମଧ୍ୟରେ ଭାଇରାଲ୍ ହୋଇଯାଉଛି । ତେବେ ନିକଟରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଜଣେ ଯୁବକ ପିଟୁଥିବା ଭିଡିଓ ଭାଇରାଲ୍ ହୋଇଛି । ଜଣେ ଯୁବକ ଜଣେ ସ୍କୁଲ ଛାତ୍ରୀଙ୍କୁ ଅତ୍ୟନ୍ତ ଅମାନବୀୟ ଭାବେ ଗୋଇଠା ମାରୁଥିଲେ । ତେବେ ଯୁବକଙ୍କ ଆଘାତରେ ଛାତ୍ରୀ ଜଣଙ୍କର ଜମି କ୍ଷେତରେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ । ତେବେ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ପାକୁଡ଼ର ମହେଶପୁର ଥାନା ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ଜଣେ ଯୁବକ ସ୍କୁଲ ଡ୍ରେସ ପିନ୍ଧିଥିବା ଜଣେ ଛାତ୍ରୀଙ୍କୁ ମାଡ଼ ମାରୁଥିଲେ । ଏହି ଭିଡିଓକୁ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିବା ପରେ କଥାଟି ସିଏମଙ୍କ ପାଖରେ ପହଞ୍ଚି ଯାଇଥିଲା । ତେବେ ଜଣେ ଯୁବକ ଛାତ୍ରୀଙ୍କୁ ମାଡ଼ ମାରୁଥିବା ବେଳେ ଆଉ ଜଣେ ଭିଡିଓ ବନାଉଥିବା ଜଣାପଡ଼ିଥିଲା । ଭିଡିଓକୁ ଶେୟାର କରିଥିବା ୟୁଜର ଝାଡ଼ଖଣ୍ଡ ଗ୍ରାମୀଣ ବିକାଶ ମନ୍ତ୍ରୀ ଓ ପାକୁଡ଼ ବିଧାନସଭା କ୍ଷେତ୍ରର ବିଧାୟକ ଆଲମଗୀର ଆଲମଙ୍କୁ ଟ୍ୱିଟରରେ ଟ୍ୟାଗ୍ ମଧ୍ୟ କରିଥିଲେ ।

ଭିଡିଓ ସାମ୍ନାକୁ ଆସିବା ପରେ ସିଏମ୍ ଶ୍ରୀ ସୋରେନ ଏନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଟ୍ୱିଟର ହ୍ୟାଣ୍ଡେଲରେ ଏହାର ରିପ୍ଲାଏ ଦେଇଥିଲେ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକୁଡ଼ ଡିସି, ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକମାନେ ଏହା ଉପରେ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ । ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ ।

Get real time updates directly on you device, subscribe now.