fbpx

ରାସ୍ତାରେ ଝିଅଙ୍କୁ କମେଟ କରୁଥିଲା ଲଫଙ୍ଗା, ଟେକା ଫିଙ୍ଗି ଘଉଡେଇଦେଲା ସ୍କୁଲ ଛାତ୍ରୀ

ନୂଆଦିଲ୍ଲୀ: ରୋଡ ରୋମିଓଙ୍କ କାହିଁ କେଉଁ କାଳରୁ ଅଭ୍ୟାସ ରହିଛି, ରାସ୍ତାରେ ଝିଅଙ୍କୁ ଦେଖିଲେ କମେଟ କରିବା, ଶୂନଶାନ ରାସ୍ତାରେ ଏକା ଦେଖିଲେ ହାତ ଟିକେ ମାରିଦେବା ବା ଝିଅଙ୍କୁ ଟଣା ଓଟରା କରିବା । ଆଉ ଝିଅ ଲୋକଲଜ୍ଜାକୁ ନେଇ ହେଉ ବା ଭୟରେ ଚୁପ ଚାପ ସବୁ ଶୁଣି ନିଜକୁ ସୁରକ୍ଷିତ ରଖିବାକୁ ଶେୟ ମଣନ୍ତି । ଏଇଟା ଯେମିତି ରୋଡ ରୋମିଓଙ୍କ ଅଧିକାର ମନେକରନ୍ତି ।

ହେଲେ ବରେଲିରେ ଏମିତି ଘଟଣାରେ ଦେଖିବାକୁ ମିଳିଛି ପୂରା ଓଲଟା ଦୃଶ୍ୟ । ଝିଅଟି ଡରି ଥରି ସେଠାରୁ ନିଜକୁ ସୁରକ୍ଷିତ ରଖିବା ବଦଳରେ ଧୂମ ଧୁଲେଇ କରିଛି ସେହି ରୋଡରୋମିଓର । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ବରେଲି ଥାନା ବାରାଦରୀର ସଞ୍ଜୟ ନଗରର ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ବାଇକ ଚାଳକ ଯୁବକ ସ୍କୁଲର ତିନିଜଣ ଛାତ୍ରୀଙ୍କୁ ପିଛା କରିଛି । ଏହା ଦେଖି ଦୁଇଜଣ ଝିଅ ଏକ ଗଳିରେ ପଶି ସେଠାରୁ ପଳାଇ ଯାଆନ୍ତି । ଯେଉଁ ଝିଅଟି ଏକା ରହିଯାଇଛି, ସେ ରାସ୍ତା କଡରୁ ପଥର ଉଠାଇ ସେହି ରୋମିଓ ଉପରକୁ ପକାଉଛି । ଏହା ଦେଖି ଭୟରେ ଯୁବକ ସେଠାରୁ ପଳାଇଯାଉଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣା ପରେ ପୀଡିତା ଛାତ୍ରୀର ପରିବାର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.