ଭୋକିଲା ପେଟରେ ପାଠ ପଢୁଛନ୍ତି ଅଧାରୁ ଅଧିକ ପିଲା, ସାମ୍ନାକୁ ଆସିଲା UNESCOର ଆଶ୍ଚର୍ଯ୍ୟଜନକ ରିପୋର୍ଟ

ୟୁନିସ୍କୋର ଏକ ନୂଆ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି, ଅଧାରୁ ଅଧା ପିଲା ଭୋକିଲା ପେଟରେ ପାଠ ପଢୁଛନ୍ତି

ନୂଆଦିଲ୍ଲୀ: ଦୁନିଆର ଅଧା ପିଲା ଭୋକିଲା ପେଟରେ ପାଠ ପଢୁଛନ୍ତି। ଏହି ଅଶ୍ଚର୍ଯ୍ୟଜନକ ଖୁଲାସା ୟୁନିସ୍କୋ ରିପୋର୍ଟରେ ହୋଇଛି। UNESCO ଫ୍ରାନ୍ସ ଦ୍ୱାରା ଆୟୋଜିତ Education and Nutrition: Learn to Eat Well ରିପୋର୍ଟ ଜାରି କରିଥିଲା।

ଏଥିରେ ସାରା ଦୁନିଆର ସ୍କୁଲରେ ଦିଆଯାଉଥିବା ଭୋଜନର ଗୁଣବତ୍ତା ବିଷୟରେ କୁହାଯାଇଛି ଏବଂ ଏଥିରେ ସଂଶୋଧନ ପାଇଁ ଅନୁରୋଧ କରାଯାଇଛି।

ରିପୋର୍ଟ ମୁତାବକ, ଦୁନିଆର ୫୩ ପ୍ରତିଶତ ଶିଶୁ ସ୍କୁଲରେ ଖାଇବାକୁ ଦିଆଯାଉନାହିଁ। ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ୪୭ ପ୍ରତିଶତ ପିଲାଙ୍କୁ ହିଁ ଏହି ସୁବିଧା ମିଳୁଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପିଲାମାନଙ୍କୁ ଯେଉଁ ଭୋଜନ ଉପଲବ୍ଧ କରାଯାଉଛି, ତା’ର ଗୁଣବତ୍ତାକୁ ସଂଶୋଧନ କରାଯାଏ, ତେବେ ସ୍କୁଲରେ ଶିଶୁଙ୍କ ନାମାଙ୍କନ ଏବଂ ଉପସ୍ଥିତି ଦରକୁ ବୃଦ୍ଧି କରାଯାଇପାରେ।

ପିଲାଙ୍କ ମଧ୍ୟରେ ବଢୁଛି ମୋଟାପଣ: ୟୁନିସ୍କୋ ରିପୋର୍ଟରେ ଖୁଲାସା ହୋଇଛି ଯେ, ସାରା ଦେଶରେ ୨୭ ପ୍ରତିଶତ ସ୍କୁଲରେ ନ୍ୟୁଟ୍ରିସନ ଏକ୍ସପର୍ଟଙ୍କ ବିନା ଖାଦ୍ୟ ପ୍ରସ୍ତୁତ କରାଯାଉଛି।

ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ସମୁଦାୟ ୧୮୭ ଦେଶରେ ମାତ୍ର ୯୩ ଦେଶ ହିଁ ସ୍କୁଲର ଫୁଡ ପଲିସିକୁ ନିୟନ୍ତ୍ରଣ କରିବାର ଆଇନ ରହିଛି। ଏହା ବ୍ୟତୀତ ୬୫ ପ୍ରତିଶତ ଦେଶରେ କାଫେଟେରିଆ ଏବଂ ଭେଣ୍ଡିଂ ମେସିନରେ ବିକ୍ରି ହେଉଥିବା ଖାଦ୍ୟ ପାଇଁ ନିର୍ଦ୍ଦିଷ୍ଟ ମାନକ ରହିଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଖାଦ୍ୟରେ ଗୁଣବତ୍ତା କମ ଯୋଗୁଁ ୧୯୯୦ ପରେ ଶିଶୁମାନେ ମୋଟାପଣ ଦ୍ୱିଗୁଣିତ ହୋଇଛି। ଏହାପରେ ମଧ୍ୟ ଲକ୍ଷ ଲକ୍ଷ ପିଲାଙ୍କ ପାଖେ ପୃଷ୍ଟିକର ଖାଦ୍ୟ ପହଞ୍ଚି ପାରୁନାହିଁ।