fbpx

ଜୁଲାଇ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ, ଶିଶୁଙ୍କ ଭବିଷ୍ୟତ ଅନ୍ଧାରରେ

ନୂଆଦିଲ୍ଲୀ, ୨୩ା୧୨: ଦିଲ୍ଲୀରେ ଜୁଲାଇ ମାସ ସୁଦ୍ଧା ନର୍ସରୀ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ । ତେଣୁ ୨୦୨୧-୨୨ ଏକାଡେମିକ ଅଧିବେଶନରେ ନର୍ସରୀ ଆଡମିଶନ ବାତିଲ କରାଯାଇପାରେ ।

କରୋନା ସମୟରେ ଦେଶରେ ସ୍କୁଲ, କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ତେବେ ଦିଲ୍ଲୀରେ ନିକଟ ଭବିଷ୍ୟତ ଅର୍ଥାତ ଜୁଲାଇ ମାସ ସୁଦ୍ଧା ନର୍ସରୀ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ । ତେଣୁ ୨୦୨୧-୨୨ ଏକାଡେମିକ ଅଧିବେଶନରେ ନାମଲେଖା ବାତିଲ ହେବାର ସମ୍ଭାବନା ଦେଖାଦେଇଛି ।

ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ଶିଶୋଦିଆ ସ୍କୁଲ ଜୁଲାଇ ପୂର୍ବରୁ ଖୋଲିବାର ସମ୍ଭାବନା କମ ରହିଥିବା କହିଛନ୍ତି । ସେ କହିଛନ୍ତି ଯେ, ଯଦି କରୋନା ଟିକା ଫେବୃଆରୀରେ ଆସେ, ତେବେ ସ୍କୁଲ ଖୋଲିବା ନିଷ୍ପତ୍ତି ସଙ୍ଗେ ସଙ୍ଗେ ନିଆଯାଇ ପାରିବ ନାହିଁ ।

Get real time updates directly on you device, subscribe now.