fbpx

ବାଜିଲା ଘଣ୍ଟି, ଖୋଲିବ ସ୍କୁଲ: ଆଜିଠୁ କ୍ଲାସ ରୁମ୍‌ରେ ପଢ଼ିବେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରାଛାତ୍ରୀ, ୧୪ରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଶ୍ରେଣୀ ଗୃହ ପାଠପଢ଼ା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ବାଜିଲା ଘଣ୍ଟି ଖୋଲିବ ସ୍କୁଲ। ଅଫଲାଇନ୍ କ୍ଲାସ ରୁମରେ ପୁଣି ପାଠପଢ଼ା ଆରମ୍ଭ କରିବେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ। ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଖୋଲାଯିବା ନେଇ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ରାଜ୍ୟରେ କରୋନା ସଂକ୍ରମଣର ପ୍ରକୋପ ହ୍ରାସ ପାଇବା ପରେ ସୋମବାରଠାରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ କରାଯିବ । ଏଥିନେଇ ବିଦ୍ୟାଳୟଗୁଡ଼ିକୁ ସାନିଟାଇଜ୍‌ କରାଯିବା ସହ ପ୍ରସ୍ତୁତିର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରବିବାର ଛୁଟି ଥିଲେ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ତଥା ସ୍ଥାନୀୟ ଶିକ୍ଷା ବିଭାଗର ପଦାଧିକାରୀମାନେ ବିଦ୍ୟାଳୟର ସ୍ଥିତି ଯାଞ୍ଚ କରିବା ସହ ସମସ୍ତ ପ୍ରସ୍ତୁତିର୍ବ ଶେଷ କରିଛନ୍ତି । ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଖୋଲାଯିବା ନେଇ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ବିଦ୍ୟାଳୟ ଖୋଲୁଥିଲେ ମଧ୍ୟ ଯଦି କିଛି ଅସୁବିଧା ଦେଖାଦିଏ ତାହେଲେ ନିୟମ ଅନୁଯାୟୀ କାର୍ଯ୍ୟ କରାଯିବ । ଯେହେତୁ ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ବେପାର ତେଣୁ ଏ କ୍ଷେତ୍ରରେ ଅଭିଭାବକମାନଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯଦି ପିଲାଙ୍କଠାରେ କିଛି ଲକ୍ଷଣ ପ୍ରକାଶ ପାଉଛି ତେବେ ସେମାନଙ୍କୁ ବିଦ୍ୟାଳୟ ଛଡ଼ାଯିବା ଉଚିତ୍‌ ନୁହେଁ । ଶିକ୍ଷକମାନେ ବି ସାମାଜିକ ଦୂରତା ସହ ସଫାସୁତୁରା ରଖି ଭେଣ୍ଟିଲେସନ ରୁମ୍‌ରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯଦି କିଛି ଲକ୍ଷଣ ମିଳେ ତେବେ ତୁରନ୍ତ ସ୍ୱାସ୍ଥ୍ୟବିଭାଗକୁ ଅବଗତ କରାଇବା ପାଇଁ ସେ କହିଛନ୍ତି ।

Get real time updates directly on you device, subscribe now.