ବଦଳିଲା ସ୍କୁଲ ପାଠପଢା ସମୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା

ସକାଳ ୮ଟାରୁ ଦିନ ୧ଟା ଯାଏଁ ସ୍କୁଲରେ ହେବ ପାଠପଢା

ବରଗଡ଼: ବଦଳିଲା ସ୍କୁଲର ପାଠପଢା ସମୟ। ମଥୁରା ନଗରୀରେ ଥିବା ସବୁ ଶିକ୍ଷାନୁଷ୍ଠାନର ସମୟ ପରିବର୍ତ୍ତନ କରାଯାଇଛି। ଆଜିଠୁ ୧୩ ତାରିଖ ଯାଏଁ ସମୟ ପରିବର୍ତ୍ତନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ଜାରି କରିଛନ୍ତି।

ସମସ୍ତ ସ୍କୁଲରେ ସକାଳ ୮ଟାରୁ ଦିନ ୧ଟା ଯାଏଁ ପାଠପଢା ହେବ। ବରଗଡ଼ରେ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଧନୁଯାତ୍ରାରେ ସାମ୍ଭାବ୍ୟ ଭିଡ଼ ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଡିଇଓ ଚିଠି ଲେଖିଛନ୍ତି। ତେବେ ଧନୁଯାତ୍ରା ସରିବା ପରେ ପୂର୍ବ ନିର୍ଦ୍ଧାରିତ ସମୟରେ ପାଠପଢା ଚାଲିବ।

ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା। ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଜଣା ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ। ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ।