fbpx
BSKY SKY
BSKY SKY

ମେ ୧ରୁ ଆଉ ଖୋଲିବନି ସ୍କୁଲ, ସରକାର ଜାରି କଲେ ନିର୍ଦ୍ଦେଶନାମା

BSKY

ନୂଆଦିଲ୍ଲୀ, ୩୦ା୪: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ହିମାଚଳ ପ୍ରଦେଶ ସରକାର ସ୍କୁଲ ଖୋଲିବା ନେଇ ଏକ ନୂଆ ନିୟମ ଜାରି କରିଛନ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଛି । ଆଗାମୀ ମେ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପରିସ୍ଥିତିକୁ ଦେଖି ଆଗାମୀ ଦିନରେ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏପ୍ରିଲ ୧୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ନେଇଥିଲେ । ତେବେ ମନ୍ତ୍ରିମଣ୍ଡଳ ବୈଠକରେ ପରେ ସ୍କୁଲ ସଟଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ୧୦ ମାର୍ଚ୍ଚ ପରେ କରୋନା ସ୍ଥିତି ସମୀକ୍ଷା କରାଯିବ ଓ ନିର୍ଦ୍ଦେଶନାମା ଜାରି କରାଯିବ । ଦେଶରେ ଅନେକ ରାଜ୍ୟରେ କରୋନା ସମୟରେ ସ୍କୁଲ, କଲେଜ ବନ୍ଦ ରହିଛି । ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ସ୍କୁଲ ବନ୍ଦ ସହିତ ବୋର୍ଡ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି ।

Get real time updates directly on you device, subscribe now.