fbpx

“ମଦ ଦୋକାନ ଖୋଲା ରହିଲେ ହେବ ନାହିଁ କରୋନା”, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଉପଦେଶ ଦେଲେ ଡଲି ଆଣ୍ଟି:ଭିଡିଓ ଭାଇରଲ

ନୂଆଦିଲ୍ଲୀ ୩୦ ।୪ (ଓଡ଼ିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀ ଏହି କରୋନା ମହାମାରୀ ଯୋଗୁ ସବୁଠାରୁ ଅଧିକ ପ୍ରଭାବ ପଡିଛି । ରୋଗୀଙ୍କ ଲାଗି ଅକ୍ସିଜେନ ସମସ୍ୟା ଦେଖା ଦେଉଛି । ଅକ୍ସଜେନ୍ ବ୍ୟବସ୍ଥା ଲାଗି ଦିଲ୍ଲୀ ସରକାର ନିଜର ପ୍ରୟାସ ଜାରି ରଖିଛନ୍ତି । କରୋନା ପାଇଁ ଦିଲ୍ଲୀ ସରକାର ଲକଡାଉନର ଅବଧିକୁ ବଢାଇ ଦେଇଛନ୍ତି । ପ୍ରଥମ ଲକଡାଉନ୍ ସମୟରେ ଦିଲ୍ଲୀ ସମସ୍ତ ମଦ ଦୋକାନରେ ଭିଡ ଦେଖାଯାଇ ଥିଲା । ସେତେବେଳେ ଦିଲ୍ଲୀ ନିବାସୀ ଡଲି ଆଣ୍ଟିଙ୍କର ଏକ ଭିଡିଓ ବହୁତ ଭାଇରଲ ହୋଇଥିଲା । ଏବେ ତାଙ୍କର ଆଉ ଏକ ଭିଡିଓ ଭାଇରଲ ହୋଇଛି ଯେଉଁଥିରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମଦ ଦୋକାନ ଖୋଲିବା ପାଇଁ ଅପିଲ କରିଛନ୍ତି ।

ସୂଚନା ଅନୁସାରେ ଡଲି ଆଣ୍ଟିଙ୍କର ଏହି ନୂଆ ଭିଡିଓରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ କରୋନା ସମ୍ବନ୍ଧରେ ଏକ ଉପଦେଶ ଦେଉଥିôବାର ଦେଖିବାକୁ ମିଳୁଛି । ସେ ଦିଲ୍ଲୀ ସରକାରଙ୍କୁ କହିଛନ୍ତି କି ଯଦି ଦିଲ୍ଲୀରେ ମଦ ଦୋକାନ ଖୋଲି ଦିଆଯିବ ତେବେ ହସ୍ପିଟାଲର ବେଡ୍ ସବୁ ଖାଲି ହୋଇଯିବ । ଏହାସହିତ ଦିଲ୍ଲୀ ସରକାରଙ୍କୁ କଷ୍ଟ କମ୍ ହୋଇଯିବ ସହ ଅକ୍ସିଜେନ୍ ସମସ୍ୟା ମଧ୍ୟ ଦୂର ହୋଇଯିବ । ଯେଉଁମାନେ ମଦ ପିଇବା ଲୋକ ସେମାନଙ୍କ ଭିତରକୁ ମଦ ଗଲେ ଆପେ କରୋନା ଠିକ୍ ହୋଇଯିବ । ଭିଡିଓରେ ଆଣ୍ଟି ଏକଥା ମଧ୍ୟ କହିଛନ୍ତି କି ତାଙ୍କ ପାଖରେ ରଖି ଥିବା ମଦ ସବୁ ସରିଯାଇଛି । ତେଣୁ ସେ ଦିଲ୍ଲୀ ସରକାରଙ୍କୁ ଅପିଲ କରିଛନ୍ତି ଯେ ମଦ ଦୋକନ ଖୋଲା କରାଯାଉ । ଏହାପୂର୍ବରୁ ଭାଇରଲ ହୋଇଥିôବା ଭିଡିଓରେ ଡଲି ଆଣ୍ଟି କହିଥିଲେ କି କରୋନା ସହିତ ଲଢିବାକୁ ହେଲେ ତାଙ୍କୁ ଇଞ୍ଜେକ୍ସନ୍ କିମ୍ବା ମେଡିସିନର ଦରକାର ନାହିଁ । କେବଳ ମଦ ଦ୍ୱାରା ସେ କରୋନା ସହ ଲଢିପାରିବେ ।

Get real time updates directly on you device, subscribe now.