fbpx

ଭାରତରେ ମିଳିଲା ଚିକେନପକ୍ସର ନୂଆ ଭାରିଆଣ୍ଟ Clad-9, ବଞ୍ଚିବାକୁ ଚାହୁଁଥିଲେ ଜାଣନ୍ତୁ ଏହାର ଲକ୍ଷଣ

ନୂଆଦିଲ୍ଲୀ : ଚିକେନପକ୍ସ ଭାଇରସ ଏକଦା ଭାରତରେ ଅତି ଦ୍ରୁତ ଗତିରେ ବ୍ୟାପିଗଲା। ଉଦ୍‌ବେଗଜନକ ଖବର ହେଉଛି ଯେ, ନିକଟରେ ବୈଜ୍ଞାନିକମାନେ ଭାରତରେ ଏହି ମାରାତ୍ମକ ଚିକେନ୍‌ପକ୍ସର ଏକ ନୂତନ ଭାରିଆଣ୍ଟ ପାଇଛନ୍ତି। ଏହି ନୂଆ ଭାରିଆଣ୍ଟର ନାମ ‘କ୍ଲାଡ-୯’ । ଉଲ୍ଲେଖଯୋଗ୍ୟ ଯେ ବୈଜ୍ଞାନିକମଙ୍କିପକ୍ସ ରେ ପୀଡିତ ଲୋକଙ୍କ ନମୁନା ଯାଞ୍ଚ କରୁଥିଲେ, ଏହି ନମୁନା ଯାଞ୍ଚ କାଳରେ ଚିକେନ ପକ୍ସର ନୂଆ ଭାରିଆଣ୍ଟକୁ ଚିହ୍ନଟ କରିଛନ୍ତି । ଭ୍ୟାରିକେଲା ଜୋଷ୍ଟର ନାମକ ଭୂତାଣୁ ଯୋଗୁ ଚିକେନ ପକ୍ସ ହୋଇଥାଏ । ଏହି ଭୂତାଣୁ ସଂକ୍ରମଣ ଅଧିକାଂଶ ଶିଶୁ ଓ ଟିନଏଜ୍ ଲୋକଙ୍କଠାରେ ଦେଖା ଦେଇଥାଏ । ତେବେ ୨୦୨୩ରେ ପ୍ରଥମ ଥର ଭାରତରେ ଚିକେନ ପକ୍ସର ନୂଆ ଭାରିଆଣ୍ଟ କ୍ଲାଡ-୯ ସମ୍ପର୍କରେ ସନ୍ଧାନ କରାଯାଇଛି ।

ଡାକ୍ତରଙ୍କ କହିବା କଥା ହେଲା କ୍ଲାଡ-୯ର ପ୍ରଭାବ ତୁରନ୍ତ ନଜରକୁ ଆସିନଥାଏ। ଏହା ସମ୍ପର୍କରେ ଆସିବାକୁ ହେଲେ ଅନୁନ୍ୟ ୨ରୁ ୩ ସପ୍ତାହ ଲାଗିଥାଏ। ଏହା ହେଲେ ବିଲକୁଲ ଚିକେନ ପକ୍ସ ଭଳି ସାରା ଶରୀରରେ ଦାନାଦାନା ହୋଇ ଫଳିଯାଇଥାଏ। ଖାସ କରି ଛାତି ଓ ମୁହଁରେ ଏହି ଦାନା ଦେଖାଯାଇଥାଏ। ଏହା ହେଲେ ଆକ୍ରାନ୍ତଙ୍କୁ ଅଧିକ ଥକ୍କା ଅନୁଭବ ହୋଇଥାଏ। ରୋଗୀଙ୍କୁ ଜ୍ୱର ହୋଇଥାଏ ଓ ମୁଣ୍ଡ ଓ ଶରୀରରେ ବ୍ୟଥା ଅନୁଭବ ହୋଇଥାଏ। ସଂକ୍ରମିତଙ୍କ ଭୋକ ହ୍ରାସ ହୋଇଥାଏ।

ତେବେ କ୍ଲାଡ-୯ରୁ ବର୍ତ୍ତିବା ପାଇଁ ସବୁଠୁ ଭଲ ଉପାୟ ଟିକାକରଣ କରିବା। ଏହା ଛଡା ଆପଣଙ୍କୁ ସଫାସୁତରା ରହିବାର ମଧ୍ୟ ଆବଶ୍ୟକତା ଅଛି। ଶରୀରରେ ଯେପରି ଜଳୀୟ ଅଂଶର ଅଭାବ ନହୁଏ ସେଥି ନିମନ୍ତେ ଖାଇବା ପିଇବା ଓ ପରିସ୍କାର ପରିଛନ୍ନତାର ଧ୍ୟାନ ରଖିବାକୁ ହୋଇଥାଏ। ଏଥିରେ ଖାସ ଅଥବା ଛିଙ୍କ ଆସିଲେ କପଡାରେ ମୁହଁ ଢାଙ୍କିବା ଜରୁରି। ନଚେତ କାସ ଓ ଛିଙ୍କରେ ଭୂତାଣୁ ବ୍ୟାପିବାର ଆଶଙ୍କା ଅଧିକ ଥାଏ। ଶରୀରରେ ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଶରୀରରେ ପାଣି କମ ହେବାକୁ ଦିଅନ୍ତୁ ନାହିଁ ।

Get real time updates directly on you device, subscribe now.