fbpx

ବୈଜ୍ଞାନିକଙ୍କ ଦାବି; ବୁଢ଼ା ହୋଇଯିବେ ଯବାନ, ୫୫ ବର୍ଷୀୟ ଲାଗିବେ ୨୫ ପରି

Advertisement

ସାଧାରଣତଃ ବୟସ ବଢିବା ସହିତ ମଣିଷର ତ୍ୱଚା କୋଷ ଗୁଡ଼ିକ ସଙ୍କୁଚିତ ହୋଇଯାଏ । ଯବାନ ବୟସ ପରି ପ୍ରାପ୍ତ ବୟସରେ ସୁନ୍ଦରତା ମଧ୍ୟ ରହି ନଥାଏ । କିନ୍ତୁ ଏହା କଣ ସମ୍ଭବ କି,ଯେ ଏହି ଦୁର୍ବଳ ଚର୍ମକୁ ପୁଣି ଥରେ ଯବାନ ବୟସ ପରି କରି ହେବ । ହଁ, କେମ୍ବ୍ରିଜ ବୈଜ୍ଞାମନିକମାନେ ବଢୁଥିବା ବୟସ ସହିତ ତ୍ୱଚା କିପରି ଯବାନ ହୋଇ ରହିବ, ସେ ନେଇ ଏକ ଦକ୍ଷ ଉପାୟ ଖୋଜିଛନ୍ତି । କେମ୍ବ୍ରିଜ୍ ବିଶ୍ୱ ବିଦ୍ୟାଳୟ ବୈଜ୍ଞାନିକମାନେ ଏକ ସଫଳ ଗବେଷଣା ପରେ ଦାବି କରିଛନ୍ତି ଯେ ସେମାନେ ଜଣେ ୫୩ ବର୍ଷିୟ ମହିଳାଙ୍କର ତ୍ୱଚାକୁ ୩୦ ବର୍ଷ ପୁର୍ବପରି କରି ପାରିଛନ୍ତି ।

ତେବେ ସବୁଠୁ ବଡ଼ କଥା ହେଉଛି ଯେପରି ତ୍ୱଚାକୁ ସୁନ୍ଦର ରଖିବା ପାଇଁ ସର୍ଜରି କରିବାକୁ ପଡେ, ଏହି ଉପୟରେ ସେମିତି କରିବାକୁ ପଡିବ ନାହିଁ । ତ୍ୱଚାକୁ ବିନା କୌଣସି କ୍ଷତି ପହଁଞ୍ଚାଇ ଏପରି କରାଯାଇ ପାରିବ । ବ୍ରିଟେନ ବୈଜ୍ଞାନିକ ମାନଙ୍କ ଏହି ଅନୁସନ୍ଧାନ ଇଲାଇଫ୍ ନାମକ ପତ୍ରିକାରେ ପ୍ରକାଶ ପାଇଛି । ଏହି ବୈଜ୍ଞାନିକ ମାନେ କହିଛନ୍ତି ଯେ, ସେମାନେ ଶରୀରର ଅନ୍ୟ ଟିସୁ ସହିତ ମଧ୍ୟ ସମାନ କାର୍ଯ୍ୟ କରିପାରିବେ । ଏହା ଦ୍ୱାରା ବୟସ ସମ୍ଭନ୍ଧୀୟ ରୋଗ ଯେପରିକି ମଧୁମେହ, ହୃଦରୋଗ ଏବଂ ସ୍ନାୟୁଗତ ରୋଗ ଗୁଡ଼ିକ ଉପରେ ମଧ୍ୟ ରୋକା ଯାଇ ପାରିବ ।

ଏପିଜୋନେଟିସ୍କ୍ ରିସର୍ଚ୍ଚ ପୋଗ୍ରାମ୍ ଗୃପ ଲିଡର ପ୍ରଫେସର ଓଲ୍ଫ ରୀକ ସ୍କାଏ ନ୍ୟୁଜ୍ କୁ କହିଛନ୍ତି ଯେ ଏହି କାର୍ଯ୍ୟ ବହୁ ରୋମାଞ୍ଚକର ରହିଛି । ଭବିଷ୍ୟତରେ ଆମେ ଏହି ଜିନ୍ ଗୁଡ଼ିକୁ ଚିହ୍ନିବାରେ ସକ୍ଷମ ହେବୁ । ଏବଂ ଏହି ଗୁଡ଼ିକୁ ପୁନଃ ସ୍ଥାପିତ କରିବାରେ ସଫଳତା ମିଳିବ ଓ ବାର୍ଦ୍ଧକ୍ୟ ବଢିବାର ପ୍ରଭାବକୁ କମ୍ କରିପାରିବା । ଏହି ଅନୁସନ୍ଧାନର ଫଳାଫଳ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥବା ବୈଜ୍ଞାନିକ କହିଛନ୍ତି । ଯଦି ଏହା ଉପରେ ଅଧିକ କାର୍ଯ୍ୟ କରାଯାଏ, ତେବେ ଭବିଷ୍ୟତରେ ଏହା ପୁନଃ ନିର୍ମାଣ ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ପାରିବ ।

ଏହି ଟେକ୍ନୋଲୋଜିର ଉଦେଶ୍ୟ ହେଉଛି ମାନବ ଭୃଣିକ ଷ୍ଟେମ୍ କୋଷ ସୃଷ୍ଟି କରିବା, ଯାହାକି ମାଇସପେଶୀ, କାର୍ଟିଲେଜ୍ ଏବଂ ସ୍ନାୟୁ କୋଷ ପରି ନିଦ୍ଧିଷ୍ଟ ଟିସୁରେ ବିକଶିତ ହୋଇପାରେ । ଅର୍ଥାତ୍ ପୁରୁଣା ପୁରୁଣା ଶରୀରର ଅଙ୍ଗ ଗୁଡ଼ୁିକ ବଦଳାଇବା ପାଇଁ ଏହି ଟିସୁକୁ ବ୍ୟବହାର କରାଯାଇପାରେ ।

Get real time updates directly on you device, subscribe now.