ନୂଆଦିଲ୍ଲୀ: ମ୍ୟାଲେରିଆ କିପରି ବ୍ୟାପେ, ତାହା ଆମେ ସମସ୍ତେ ଜାଣିଛେ । ମଶା ଆମକୁ କାମୁଡ଼ିବା ଫଳରେ ଆମ ଶରୀରରେ ମ୍ୟାଲେରିଆ ରୋଗ ସଂକ୍ରମଣ ହୋଇଥାଏ । ତେବେ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁ ମଶା କାମୁଡ଼ିଲେ ମ୍ୟାଲେରିଆ ହୋଇଥାଏ, ଏବେ ସେହି ମଶା ଆପଣଙ୍କୁ ମ୍ୟାଲେରିଆରୁ ବଞ୍ଚାଇବାରେ ସହାୟକ ହେବ । ବୈଜ୍ଞାନିକମାନେ ଏପରି ଏକ ଭ୍ୟାକ୍ସିନ ପ୍ରସ୍ତୁତ କରିଛନ୍ତି, ଯାହାକୁ କି ମଶାଙ୍କ ଶରୀରରେ ପ୍ରୟୋଗ କରାଯିବ । ଏହି ଭ୍ୟାକ୍ସିନ ଥିବା ଡଙ୍କ ଯେତେବେଳେ ମଶା ଆପଣଙ୍କ ଦେହରେ ବାଜିବ, ସେତେବେଳେ ଆପଣଙ୍କୁ ମ୍ୟାଲେରିଆ ହେବା ବଦଳରେ ତାହା ଆପଣଙ୍କୁ ସେଥିରୁ ସୁରକ୍ଷା ପ୍ରଦାନ କରିବ ।
ଏହା ମ୍ୟାଲେରିଆର ସେକେଣ୍ଡ ଜେନେରେସନର ଭ୍ୟାକ୍ସିନ ହୋଇଥିବା ବେଳେ ଏହାଦ୍ୱାରା ଚିକିତ୍ସା କରିବା ଅଧିକ ଫାଇଦା ଦେଉଥିବା ଜଣାପଡ଼ିଛି । ୯ ଜଣ ଲୋକଙ୍କ ଉପରେ ଏହି ଭ୍ୟାକ୍ସିନର ଟେଷ୍ଟିଂ କରାଯାଇଥିଲା ଓ ୮ ଜଣ ଲୋକ ମ୍ୟାଲେରିଆ ମୁକ୍ତ ପ୍ରମାଣିତ ହୋଇଥିଲେ । ଅନ୍ୟ ଜଣଙ୍କୁ ପୁରୁଣା ଜେନେରେସନ ଯୁକ୍ତ ମ୍ୟାଲେରିଆ ଭ୍ୟାକ୍ସିନ ଦିଆଯାଇଥିଲା । ନେଦରଲାଣ୍ଡସର ରେଡବାଇଣ୍ଡ ଓ ଲୀଡନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମିଶି ଏହି ଭ୍ୟାକ୍ସିନକୁ ପ୍ରସ୍ତୁତ କରିଛନ୍ତି । ସେଥିରେ ପ୍ଲାସମୋଡିୟମ ଫାଲସୀପାରମ ପାରାସାଇଟର ଦୁର୍ବଳ ଜେଟେିକ ଭର୍ସନ ଦିଆଯାଇଥିଲା । ସେହି ଜିଏ୨ ଭର୍ସନ ପାରାସାଇଟ ଦ୍ୱାରା ମ୍ୟାଲେିଆ ହୋଇନଥାଏ, ବରଂ ଶରୀରରେ ତାହା ଦ୍ୱାରା ଇମ୍ୟୁନିଟି ତିଆରି ହୋଇଥାଏ ।