fbpx

HIVରୁ ମିଳିବ ମୁକ୍ତି ! ଭାକ୍ସିନର ଗୋଟିଏ ଡୋଜ୍ କରିବ ଭୂତାଣୁର ନାଶ

ନୂଆଦିଲ୍ଲୀ: କ୍ୟାନ୍ସର ପରେ ଏବେ ଏଚଆଇଭି-ଏଡ୍ସ ମାରାତ୍ମକ ରୋଗର ଚିକିତ୍ସା ଖୋଜିଛନ୍ତିି । କାରଣ ବ୍ରେଜ୍ଞାନିକମାନେ ଏଭଳି ଟିିକା ତିଆରି କରିବାରେ ସଫଳ ହୋଇଛନ୍ତି ଯାହାର କେବଳ ଗୋଟିଏ ଡୋଜ୍ ଏଚଆଇଭି ଭାଇରସକୁ ଶେଷ କରିବପାରିବ । ଇସ୍ରାଏଲର ତେଲ ଆଭିଭ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଟିକାକରଣର ଲ୍ୟାବ ଫଳାଫଳ ବହୁତ ଭଲ ହୋଇଛି  । ବୈଜ୍ଞାନିକମାନେ ଶରୀରରେ ଥିବା ଟାଇପ୍-ବି ଧଳା ରକ୍ତ କଣିକାର ଜିନରେ କିଛି ପରିବର୍ତ୍ତନ କରିଥିଲେ, ଯାହା ଏଚ୍.ଆଇ.ଭି ଭୂତାକୁ ନଷ୍ଟ କରିଥିଲା । ଏହି ସଫଳତା ଆଶା ବଢ଼ାଇଛି ଯେ ଏଚ୍‌ଆଇଭି-ଏଡସ୍ ଭଳି ରୋଗର ଚିକିତ୍ସା ମଧ୍ୟ ଦୂର ନୁହେଁ।

ଏଚଆଇଭି-ଏଡସ୍ ପାଇଁ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ନାହିଁ । ଅବଶ୍ୟ ଔଷଓ ଦ୍ୱାରା ଏହି ରୋଗ ବ୍ୟାପିବା ଠାରୁ ରୋକାଯାଇପାରେ ଏବଂ ଏଚ.ଆଇ.ଭି ସଂକ୍ରମିତ ବ୍ୟକ୍ତି ଦୀର୍ଘ ସମୟ ଧରି ବଞ୍ଚିପାରୁଛନ୍ତି । ଏହି ରୋଗ ଏଚ୍.ଆଇ.ଭି ଅର୍ଥାତ୍ ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ ଦ୍ୱାରା ବ୍ୟାପିଥାଏ। ଏହି ଭୂତାଣୁ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଉପରେ ଆକ୍ରମଣ କରିଥାଏ। ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ଏଡସ୍ ହୋଇପାରେ  । ଗୋଟିଏ ଆକଳନ ଅନୁଯାୟୀ, ୨୦୨୦ ରେ ବିଶ୍ୱରେ ୩.୭ କୋଟି ଲୋକ ଏହି ରୋଗରେ ପୀଡ଼ିତ ହୋଇଥିଲେ । ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ , ଦୂଷିତ ରକ୍ତ ସଂକ୍ରମଣ, ସଂକ୍ରମିତ ସିରିଞ୍ଜର ବ୍ୟବହାର ଏବଂ ଏଚ୍.ଆଇ.ଭି ସଂକ୍ରମିତ ଗର୍ଭବତୀ ମା ଠାରୁ ପିଲାକୁ ବାପିଥାଏ ।

ଏହି ଅସୁସ୍ଥ ରୋଗକୁ ଭାଙ୍ଗିବା ପାଇଁ ଡକ୍ଟର ଆଦି ବାର୍ଜେଲଙ୍କ ନେତୃତ୍ୱରେ ଏକ ବୈଜ୍ଞାନିକ ଦଳ ଟାଇପ୍ ବି ରକ୍ତକଣିକା ବ୍ୟବହାର କରିଥିଲେ। ରିପୋର୍ଟ ଅନୁଯାୟୀ, ଏହି କୋଷଗୁଡ଼ିକ ଆମ ଶରୀରରେ ଭାଇରସ ଏବଂ ବିପଜ୍ଜନକ ବ୍ୟାକ୍ଟେରିଆ ସହିତ ଲଢ଼ିବା ପାଇ

ଆଣ୍ଟିବଡି ଉତ୍ପାଦନ କରନ୍ତି । ଏହି ଧଳା ରକ୍ତକଣିକା ଅସ୍ଥି ମଜ୍ଜାରେ ସୃଷ୍ଟି ହୁଏ  । ପରିପକ୍ୱ ହୋଇଗଲେ, ସେମାନେ ରକ୍ତ ମାଧ୍ୟମରେ ଶରୀରର କିଛି ଅଂଶରେ ପହଞ୍ଚନ୍ତି  ।

ବୈଜ୍ଞାନିକମାନେ ଏହି ବି ସେଲ୍ ଗୁଡ଼ିକର ଜିନ୍ ପରିବର୍ତ୍ତନ କରି ଏଚ୍.ଆଇ.ଭି ଭୂତାଣୁର କିଛି ଅଂଶ ସହ ଯୋଡ଼ିଥିଲେ । ଯାହାପରେ ଏଥିରେ କିଛି ପରିବର୍ତ୍ତନ ଆସିଥିଲା । ଏହା ପରେ ପ୍ରସ୍ତୁତ ବି ସେଲ୍ କୁ ଏଚ୍.ଆଇ.ଭି ଭାଇରସ୍ ସହ ସାମ୍ନା କରାଯାଇଥିଲା । ଯେଉଁଥିରେ ଦେଖାଯାଇଥିଲା ଯେ  ଏଚଆଇଭି ଭୂତାଣୁ ନଷ୍ଟ ହେଉଛି । ଏହାସହ ଏକ ଅନ୍ୟ ଖାସ୍ କଥା ମଧ୍ୟ ପରିଲକ୍ଷିତ ହେଇଥିଲା, ଯେତେବେଳେ ଏଚ୍.ଆଇ.ଭି ଭୂତାଣୁ ଏହାର ଶକ୍ତି ବୃଦ୍ଧି କରୁଥିଲା ଏହି ବି ସେଲ୍ ମଧ୍ୟ ଏହାର ଶକ୍ତି ବୃଦ୍ଧି କରୁଥିଲା ।

ଏହି ଅନୁସନ୍ଧାନ କରିଥିବା ଡକ୍ଟର ବାର୍ଜେଲ କହିଛନ୍ତି ଯେ ଯେଉଁ ମଡେଲଗୁଡିକରେ ଏହି ଚିକିତ୍ସା ପରୀକ୍ଷା କରାଯାଇଥିଲା ସେଥିରୁ ବହୁତ ଭଲ ଫଳାଫଳ ମିଳିଛି। ଶରୀରରେ ଆଣ୍ଟିବଡି ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ଏଚଆଇଭି ଭୂତାଣୁ ହ୍ରାସ ହେବାରେ ସଫଳ ହୋଇଛି । ତେବେ ଏହି ଅନୁସନ୍ଧାନ ନେଇ ‘ନେଚର’ ମାଗାଜିନରେ ପ୍ରକାଶିତ ହୋଇଛି  ।  ଏହା କେବଳ ସଂକ୍ରାମକ ରୋଗର ନୁହେଁ ବରଂ କର୍କଟ ଏବଂ ଅଟୋଇମ୍ୟୁନ ରୋଗର ଚିକିତ୍ସାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ ।

ଏଚ.ଆଇ.ଭି ବିରୋଧରେ ଯୁଦ୍ଧରେ ସଫଳତାର ଏହି ଆଶା ଏହି ସମୟରେ ଦେଖିବାକୁ ମିଳିଛି ଯେତେବେଳେ କିଛି ଦିନ ପୂର୍ବରୁ ରକ୍ଟାଲ୍ କ୍ୟାନସରକୁ ଦୂର କରିବାରେ ଏକ ଔଷଧ ପରୀକ୍ଷଣ ସଫଳ ହୋଇଥିଲା  ।  ଯୁକ୍ତରାଷ୍ଟ୍ରରେ, ୬ ମାସ ପାଇଁ ପ୍ରତି ୩ ସପ୍ତାହ ବ୍ୟବଧାନରେ ୧୨ ଜଣ ରୋଗୀଙ୍କୁ ଡୋଷ୍ଟରଲିମାବ ନାମକ ଏକ ଔଷଧ ଦିଆଯାଇଥିଲା ଏବଂ  ଦାବି କରାଯାଇଥିଲା ଯେ ଏହି ଔଷଧ ଖାଇବା ପରେ ସମସ୍ତ ରୋଗୀଙ୍କଠାରେ କର୍କଟ ରୋଗ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଯାଇଥିଲା ଏବଂ ଔଷଧର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଇନଥିଲା।

Get real time updates directly on you device, subscribe now.