ନୂଆଦିଲ୍ଲୀ: ହରିଦ୍ୱାର ଜିଲ୍ଲାର ମାଙ୍ଗାଲୋର କୋଟୱାଲୀ ଅଞ୍ଚଳରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ 4 ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ସେମାନଙ୍କର ଅବସ୍ଥା ଗୁରୁତର ହେବା କାରଣରୁ ତାଙ୍କୁ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତରୀତ କରାଯାଇଛି ।
ସୂଚନାନୁସାରେ, ବିଳମ୍ବିତ ରାତିରେ ଦିଲ୍ଲୀ-ହରିଦ୍ୱାର ରାଜପଥରେ ମାଙ୍ଗାଲୋର ଜାଗିରି ମାଣ୍ଡି ନିକଟରେ ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓ କାର ଦେଓବାଣ୍ଡ ଛକ ନିକଟରେ ଏକ ଡିଭାଇଡରକୁ ଧ୍କକା ଦେଇଥିଲା । ପରେ କାରଟି ନିୟନ୍ତ୍ରଣ ବାହାରକୁ ଯାଇ ଓଲଟି ପଡିଥିଲା, ଦୁର୍ଘଟଣା ଘଟିବା ମାତ୍ରେ କାରରେ ଥିବା ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 6ଜଣଙ୍କୁ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ସମୟରେ ଆଉ 2ଜଣ ଆଖି ବୁଜିଥିଲେ । ତେବେ ସମସ୍ତେ ମେରେଠରୁ ରୁଡକି ଆସୁଥିଲେ । ତେବେ ଖୁସିର ମାହୋଲ ଭିତରେ ଦୁଃଖର ଛାୟା ଖେଳିଯାଇଛି ।