(Video) ବଳି ପଡ଼ିଲା ଆତ୍ମସମ୍ମାନ: କର୍ମଚାରୀଙ୍କୁ ଅଫିସରେ ବସଉଠ୍ କରେଇଲେ SDO
କାର୍ଯ୍ୟାଳୟରେ ଅଫିସରଙ୍କ ମନମାନି । ସମସ୍ତଙ୍କ ସାମ୍ନାରେ ବସ୍ ଉଠ୍ ହେଲେ କର୍ମଚାରୀ ।
ରାୟବରେଲି: ସୋସିଆଲ ମିଡିଆରେ ଭଳିକି ଭଳି ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଓ ସମାଲୋଚନା ମଧ୍ୟ ଆରମ୍ଭ ହୋଇଯାଏ । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଆପଣଙ୍କ ଚିନ୍ତା ବଢ଼େଇ ଦେବ ।
କାର୍ଯ୍ୟାଳୟରେ ବଡ଼ ବାବୁଙ୍କ କାରନାମା ଚକିତ କଲା ଭଳି । ବିଜୁଳି ବିଭାଗ ଏସଡିଓ କାର୍ମଚାରୀଙ୍କୁ ଅଫିସରେ ବସଉଠ୍ କରୁଥିବାର ଦେଖିବାକୁମିଳିଛି । ଅଜବ ଲାଗିଲେ ବି ଏହା ସତ । ଘଟଣାର ଭିଡିଓ ଏବେ ଏକ୍ସରେ ବହୁଳ ପ୍ରସାର ହେବାରେ ଲାଗିଛି । ଯେଉଁଥିରେ କର୍ମଚାରୀଙ୍କ ଆତ୍ମସମ୍ମାନ ହାନୀ ଘଟିଛି ।
ଉତ୍ତର ପ୍ରଦେଶ ରାୟବରେଲିର ଘଟଣା । ସେଠାକାର ଏକ ବିଜୁଳି ବିଭାଗୀୟ ଅଫିସରେ କାର୍ଯ୍ୟରତ କର୍ମଚାରୀ ଏସଡିଓଙ୍କ ଚାମ୍ବରରେ ବସଉଠ୍ ହେଉଥିବା ଦେଖିବାକୁ ମିଳିଛି । ଆଉ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ସୂଚନା ମୁତାବକ ବିଭାଗ ପକ୍ଷରୁ କମ୍ ରାଜସ୍ୟ ଆଦାୟ ହେଲା ବୋଲି ଏସଡିଓ କର୍ମଚାରୀଙ୍କ ଉପରେ ରାଗ ସୁଝେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଯେତିକି ମାତ୍ରାରେ ବିଜୁଳି ଅପଚୟ କରାଯାଇଛି ସେ ଅନୁସାରେ ଟଙ୍କା ଆଦାୟ କମ ହୋଇଛି । ଯାହାକୁ ନେଇ ଏସଡିଓ ରାଗି ଯାଇଥିବାର ଦେଖିବାକୁ ମିଳିଛି । ଯାହା ପାଇଁ ସେ ତଳ ସ୍ତରର କର୍ମଚାରୀଙ୍କ ଉପରେଦାଉ ସାଧିଥିବାର ନଜରକୁ ଆସିଛି ।
🚨 ब्रेकिंग: रायबरेली – बिजली विभाग के SDO का अजब-गजब कारनामा 🚨
📹 संविदा कर्मचारी से ऑफिस में कराई उठक-बैठक, वीडियो वायरल
ऊंचाहार SDO इंदु शेखर की हिटलर शाही आई सामने। राजस्व कम आने पर संविदा कर्मचारी सूरज भान को दी सजा। उपभोक्ताओं की संख्या के मुकाबले राजस्व कम आने से था… pic.twitter.com/OO8QlpS6NY
— भारत समाचार | Bharat Samachar (@bstvlive) March 23, 2025