ଦେବସ୍ନାନ ପୂର୍ଣ୍ଣମୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା, ପୋଲିସର ଛାନଭିନ୍ ଜାରି

ପୁରୀ: ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା । ଗୁଡ଼ିଆସାହିରେ ଘଟିଛି ଏହି ହତ୍ୟାକାଣ୍ଡ ।

ମୁଣ୍ଡକୁ ଆଘାତ କରି ହତ୍ୟା କରାଯାଇଥିବା ସୂଚନା । ୮୩ ବର୍ଷୀୟ ସେବାୟତ ଜଗନ୍ନାଥ ଦିକ୍ଷୀତଙ୍କୁ ହତ୍ୟା କରାଯାଇଥିବା ଖବର ପ୍ରକାଶ ପାଇଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ଦେବସ୍ନାନ ପୂର୍ଣ୍ଣମୀରେ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।