ନୂଆଦିଲ୍ଲୀ: ବୁଧବାର ମାର୍କେଟ ନିୟାମକ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଇଣ୍ଡିଆ(SEBI) ଗ୍ରାହକଙ୍କ ଆକାଉଣ୍ଟରେ ସିଧାସଳଖ ଭାବେ ଦେୟ ପ୍ରକ୍ରିୟା ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛି । ପରିଚାଳନା ଦକ୍ଷତା ବୃଦ୍ଧି ଏବଂ ଗ୍ରାହକଙ୍କ ସିକ୍ୟୁରିଟି ପ୍ରତି ବିପଦକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହା ଅକ୍ଟୋବର ୧୪ରୁ କାର୍ଯ୍ୟକାରୀ ହେବା ନେଇ ଏକ ସାର୍କୁଲାରରେ କହିଛି SEBI ।
ବର୍ତ୍ତମାନ କ୍ଲିୟରାନ୍ସ କର୍ପୋରେସନ ପ୍ରଥମେ ଦଲାଲଙ୍କ ଆକାଉଣ୍ଟରେ ସିକ୍ୟୁରିଟି ପେମେଣ୍ଟ କରିଥାଏ । ପରେ ଏହାକୁ ସମ୍ପୃକ୍ତ ଗ୍ରାହକଙ୍କ ଡିମାଟ୍ ଆକାଉଣ୍ଟରେ ଜମା କରାଯାଏ । ନୂଆ ନିୟମ ଅନୁଯାୟୀ ଏଣିକି ସମ୍ପୃକ୍ତ ଗ୍ରାହକଙ୍କ ଡିମାଟ୍ ଆକାଉଣ୍ଟରେ ସିଧାସଳଖ ଭାବେ କ୍ଳିୟରାନ୍ସ କର୍ପୋରେସନ ପେମେଣ୍ଟ କରିବ । ଷ୍ଟକ୍ ଏକ୍ସଚେଞ୍ଜ, କ୍ଲିୟରିଂ କର୍ପୋରେସନ ଏବଂ ଜମାକାରୀଙ୍କ ସହ ଆଲୋଚନା କରିବା ପରେ SEBI ଏହି ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ କ୍ଳିୟରିଂ କର୍ପୋରେସନକୁ ମାର୍ଜିନ ଟ୍ରେଡିଂ ସୁବିଧା ଅନ୍ତର୍ଗତ ଦେୟମୁକ୍ତ ସିକ୍ୟୁରିଟି ଏବଂ ପାଣ୍ଠିପ୍ରାପ୍ତ ଶେୟାର ଚିହ୍ନଟ କରିବା ପାଇଁ ଟ୍ରେଡିଂ ସଦସ୍ୟ
କିମ୍ବା କ୍ଳିୟରାନ୍ସ ସଦସ୍ୟମାନଙ୍କୁ ଏକ ବ୍ୟବସ୍ଥା ପ୍ରଦାନ କରିବା ନେଇ SEBI ପରାମର୍ଶ ଦେଇଛି ।