କେରଳରେ ଆଉ ଜଣେ ମଙ୍କିପକ୍ସରେ ପିଡ଼ିତ, ଦେଶରେ ଏପର୍ଯ୍ୟନ୍ତ ଦୁଇ ଆକ୍ରାନ୍ତ ଚିହ୍ନଟ

କେରଳ: ଦେଶରେ ମଙ୍କିପକ୍ସର ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ବ୍ୟକ୍ତି ଜଣକ ମଧ୍ୟ କେରଳର ହୋଇଥିବା ଜଣାପଡିଛି। ବ୍ୟକ୍ତି ଜଣଙ୍କ ପାଖରେ ଲକ୍ଷଣ ଦେଖାଯିବା ପରେ ତାଙ୍କୁ କୁନ୍ନୁର ପରିୟାରାମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବ୍ୟକ୍ତି ଜଣଙ୍କର ସାମ୍ପୁଲ ନ୍ୟାସନାଲ ଇନଷ୍ଟ୍ୟୁଚୁଟ୍ ଅଫ ବାୟୋଲିଜିକୁ ପରୀକ୍ଷା ପାଇଁ ପଠାଇଯାଇଥିଲା। ଯାହା ପଜିଟିଭ୍ ଆସିଛି। କେରଳ ସ୍ୱାସ୍ଥ୍ୟ ସଚିବ ଏନେଇ ସୂଚନା ଦେଇଛନ୍ତି। ବ୍ୟକ୍ତି ଜଣକ “ୟୁଏଇ”ରୁ ଆସି ମାଙ୍ଗାଲୁର ବିମାନ ବନ୍ଦରରେ ଓହ୍ଲାଇ ଥିଲେ।

ବ୍ୟକ୍ତିଜଣକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କଠି ଲକ୍ଷଣ ଦେଖାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ମେଡିକାଲକୁ ପଠାଇ ଦିଆଯାଇଥିଲା। କେରଳରେ ଦୁଇଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ୫ ବିମାନ ବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରିଦେଇଛନ୍ତି। ବ୍ୟକ୍ତି ଜଣଙ୍କ ସମ୍ପର୍କରେ ଆସିଥିବା କାର୍ ଡ୍ରାଇଭର, ପରିବାର ଲୋକେ ଏବଂ ସହଯାତ୍ରୀମାନଙ୍କୁ ନିରିକ୍ଷଣରେ ରଖାଯାଇଛି।

ବିଶ୍ୱ ସ୍ୱାସ୍ତ୍ୟ ସଂଗଠନ(WHO) ସୂଚନା ଅନୁାସରେ ଏପର୍ଯ୍ୟନ୍ତ ବିଶ୍ୱର ୬୩ ଦେଶରେ ୯ ହଜାରୁ ଅଧିକ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇସାରିଲେଣି। ମେ ମାସ ପରେ ଏହି ଭାଇରସ୍ ତିବ୍ର ଗତିରେ ବ୍ୟାପିବାରେ ଲାଗିଛି। WHO କହିଛି ଯେ ଏହି ରୋଗ ଅର୍ଥୋପକ୍ସ ଜୀବାଣୁଙ୍କର ଅଟେ। ମାଙ୍କଡପକ୍ସର ଲକ୍ଷଣ ଛୋଟପୋକ ସହିତ ସମାନ। ମୁଣ୍ଡବିନ୍ଧା, ଜ୍ୱର, ଥକାପଣ, ଶରୀରରେ ଯନ୍ତ୍ରଣା, ଥଣ୍ଡା, ଫୁଲା ଆଦି ଅନ୍ତର୍ଭୂକ୍ତ।