fbpx

ଭୁବନେଶ୍ୱରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର,୧୯ ।୧(ଓଡିଶା ଭାସ୍କର): ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ ଭୁବେନଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା ‘କୋଭିସିଲ୍ଡ’ ଆସି ପହଞ୍ଚିସାରିଛି । ସ୍ୱତନ୍ତ୍ର ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଛି ଟିକା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । ଟିକା ଭଣ୍ଡାରରୁ ୩ ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାକୁ ଟିକା ପଠାଯିବ । ୨ୟ ପର୍ଯ୍ୟାୟରେ ୩ ଲକ୍ଷ ୩୪ ହଜାର ୫୩୪ ଟିକା ଆଜି ଭୁବନେଶ୍ୱର ଆସିଛି ।

ତେବେ କୋଭିସିଲ୍ଡ ପହଞ୍ଚିବାର ତିନି ଦିନ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କୁ ଟିକା ପଠାଯିବାର ବ୍ୟବସ୍ଥା କରାଯିବ । ଟିକା ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ଥିବା ସହ ପଞ୍ଜିକୃତମାନଙ୍କୁ ମେସେଜ ମାଧ୍ୟମରେ ସୂଚନା ଦିଆଯାଉଛି । ସରକାରୀ ମେଡିକାଲ ସମେତ ରାଜ୍ୟର ଘରୋଇ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଛି । ତେବେ ଟିକାର ସାଇଡ ଇଫେକ୍ଟ ପାଇଁ ୧୦ ଶଯ୍ୟା ବିଶିଷ୍ଟ ସ୍ପେଶାଲ ଡାକ୍ତରୀ ଟିମକୁ ନିୟୋଜିତ କରାଯାଇଥିବା ନୋଡାଲ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.