ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କୋଟିଆରେ ୧୨ଟା ସୁଦ୍ଧା ୪୦%ରୁ ଅଧିକ ମତଦାନ ହେଲାଣି । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଆଜି କରୋନା ପ୍ରୋଟୋକଲ ସହିତ ଓଡ଼ିଶାରେ ଆରମ୍ଭ ହୋଇଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ। ୧,୫୧୪ ଗ୍ରାମ ପଞ୍ଚାୟତର ୨୦,୪୩୬ ବୁଥରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ଯେଉଁଥିରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକର ୧୮୬ଟି ଜିଲ୍ଲା ପରିଷଦ ଅଞ୍ଚଳରେ ୩,୦୬୫ଟି ସମ୍ବେଦନଶୀଳ ବୁଥ୍ ରହିଛି।