fbpx

ଏହି ଗୁମ୍ଫାରେ ଲୁଚି ରହିଛି ମହାଭାରତର ଏପରି ରହସ୍ୟ, ଯାହାକୁ ଜାଣିଲେ ଉଡିଯିବ ହୋସ୍

ମହାଭାରତ ହିନ୍ଦୁମାନଙ୍କର ଏକ ପ୍ରମୁଖ କାବ୍ୟ ଗ୍ରନ୍ଥ । ଏହା ଭାରତର ଅନନ୍ୟ ଧାର୍ମିକ, ପୁରାଣ, ଐତିହାସିକ ଓ ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ । ତେବେ ମହାଭାରତ ସମୟରେ ଏପରି ଏକ ଗୁମ୍ଫା ଅଛି, ଯେଉଁଥିରେ ଅନେକ ରହସ୍ୟ ଲୁଚି ରହିଛି । ଏହା ବିଷୟରେ କେହି ଜାଣନ୍ତି ନାହିଁ । କୁହାଯାଏ ଯେ, ମଣିଷ ଚାହିଁଲେ ବି ଏହାର ରହସ୍ୟ ଜାଣପାରିବ ନାହିଁ । ଏହି ରହସ୍ୟମୟ ଗୁମ୍ଫା ଉତ୍ତରାଖଣ୍ଡ ମାନା ଗ୍ରାମରେ ଅଛି । ଏହି ଗାଁକୁ ହିନ୍ଦୁସ୍ତାନର ଶେଷ ଗାଁ ବୋଲି ମଧ୍ୟ କୁହାଯାଏ ।

ତେବେ ବେଦ ବ୍ୟାସ ଗୁମ୍ଫା ନିଜର ନିଆରା ଛାତକୁ ନେଇ ସାରା ଦେଶରେ ପ୍ରସିଦ୍ଧ । ଏହି ଛାତକୁ ଦେଖି ଏପରି ଲାଗିଥାଏ, ଯେପରି ଗୋଟିଏ ପୃଷ୍ଠା ଉପରେ ଅନ୍ୟ ପୃଷ୍ଠା ରଖାଯାଇଛି । ଏହି ଗୁମ୍ଫା ବିଷୟରେ ଏକ ରହସ୍ୟମୟୀ ଧାରଣା ରହିଛି । କୁହାଯାଏ କି, ଏହା ମହାଭାରତ କାହାଣୀର ଏକ ଅଂଶ, ଯାହା ବିଷୟରେ ମହର୍ଷିବେଦ ବ୍ୟାସ ଓ ଭଗବାନ ଗଣେଶଙ୍କ ବ୍ୟତିତ ଅନ୍ୟ କେହି ଜାଣିନାହାନ୍ତି ।

Get real time updates directly on you device, subscribe now.