fbpx

ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପେକ୍ସ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଚାରଭଟ୍ଟା ଓ ଡୁବୁଲା ପ୍ରାଇମେରି ଏଗ୍ରିକଲଚର କୋ-ଅପରେଟିଭ୍ ସୋସାଇଟି (ପେକ୍ସ) ସେକ୍ରେଟାରୀ ମସୁତ୍ ମହମ୍ମଦଙ୍କ ଘରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି । ମସୁତଙ୍କ ସାଲେପାଲିସ୍ଥିତ ଘର ଓ ଡୁବୁଲା ପେକ୍ସ ଅଫିସରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା ।

ତେବେ ଭିଜିଲାନ୍ସର ଏହି ଟିମରେ ବଲାଙ୍ଗିର, ସୋନପୁର, ସମ୍ବଲପୁର ଓ ବରଗଡ଼ ଡିଭିଜନର ଅଫିସରମାନେ ସାମିଲ ହୋଇଥିଲେ । ତେବେ ମସୁତଙ୍କ ବାସଭବନ, ବ୍ୟାଙ୍କ ବିବରଣୀ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛନ୍ତି । ଏହି ଚଢ଼ଉରେ ମସୁତଙ୍କ ତିନି ମହଲା ବିଶିଷ୍ଟ ଏକ ଘରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ମୋଟ ସମ୍ପତ୍ତିର ବିବରଣୀ ଜଣାପଡ଼ିନାହିଁ । ତେବେ ଭିଜିଲାନ୍ସ ଟିମ୍ ବର୍ତ୍ତମାନ ସୁଦ୍ଧା ଯାଞ୍ଚ କାର୍ଯ୍ୟ ଜାରି ରଖିଥିବା କୁହାଯାଉଛି ।

Get real time updates directly on you device, subscribe now.