fbpx

ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ ଲସ୍କର ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷାବାହିନୀ

ଶ୍ରୀନଗର: (ଓଡ଼ିଶା ଭାସ୍କର) ଜମ୍ମୁ-କଶ୍ମୀରର କୁପଓ୍ଵାରା ଜିଲ୍ଲାର ମାଚିଲ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛି ସୁରକ୍ଷା ବାହିନୀ । ଏକ ବଡ଼ ଅପରେସନରେ ସୁରକ୍ଷା ବାହିନୀ ୫ ଜଣ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କୁ ନିପାତ କରିଛି । ଜମ୍ମୁ-କଶ୍ମୀର ପୋଲିସ କହିଛି ଯେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ପୁଲିସର ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଜମ୍ମୁ-କଶ୍ମୀର ପୋଲିସ ଆଜି ସକାଳେ ମାଚିଲ ସେକ୍ଟରରେ ସେନା ସହ ମିଳିତ ଅପରେସନ୍ ଆରମ୍ଭ କରିଥିଲା । ଜମ୍ମୁ-କଶ୍ମୀର ଅଞ୍ଚଳରେ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଦ୍ୱାରା ସମ୍ଭାବ୍ୟ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ କୌଣସି ସୂତ୍ରରୁ ଜମ୍ମୁ-କଶ୍ମୀର ପୋଲିସକୁ ଆଗୁଆ ସୂଚନା ମିଳିଥିଲା ।

ସୀମା ବାଡ଼ ନିକଟରେ ଅନୁପ୍ରବେଶକାରୀ ଗୋଷ୍ଠୀକୁ ଠାବ କରିବାକୁ ଚେଷ୍ଟା କରିଥିଲେ । ଏତିକି ବେଳେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଯବାନ ଏନକାଉଣ୍ଟର କରବା ଆରମ୍ଭ କରିଦେଇଥିଲେ । ପ୍ରଥମେ ଦୁଇ ଜଣ ଅନୁପ୍ରବେଶକାରୀ ନିହତ ହୋଇଥିବା ବେଳେ ଅନ୍ୟମାନେ ଖସି ପଳାଇ ଥିଲେ । ଶେଷରେ ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ଆଉ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜମ୍ମୁ-କଶ୍ମୀର ପୁଲିସ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛି ଯେ ଲସ୍କର-ଇ-ତୋଇବାର ଆଉ ୩ ଆତଙ୍କବାଦୀ ନିହତ ହେବା ପରେ ସେମାନଙ୍କ ସଂଖ୍ୟା ୦୫ରେ ପହଞ୍ଚିଛି । ମୃତ ଆତଙ୍କବାଦୀଙ୍କ ପରିଚୟ ଖୋଜା ଚାଲିଛି ।

Get real time updates directly on you device, subscribe now.