ମହିଳା କର୍ମଚାରୀଙ୍କ ଡ୍ରେସ୍ ମାପ ନେବା ବାହାନାରେ କରୁଥିଲେ ଅଶ୍ଲୀଳ ହରକତ: ବିଧା, ଚାପୁଡ଼ା ଖାଇ ବେହୋସ୍ ହୋଇଗଲେ ୫୦ ବର୍ଷୀୟ ସିକ୍ୟୁରିଟି ଗାର୍ଡ
ନୂଆଦିଲ୍ଲୀ: ମହିଳାଙ୍କୁ ଅଶ୍ଲୀଳ ହରକତ କରି ଜଣେ ବ୍ୟକ୍ତି ନିର୍ଧୂମ ଛେଚା ଖାଇ ବେହୋସ୍ ହୋଇଯାଇଛନ୍ତି । ଉତ୍ତରପ୍ରଦେଶର ଅମରାବତୀରେ ଡ୍ରେସ୍ ମାପ ନେବା ବାହାନାରେ ମହିଳାଙ୍କ ସହ ଦୁର୍ବ୍ୟବହାର କରିବାର ପରିଣାମ ଜଣେ ସିକ୍ୟୁରିଟି ଗାର୍ଡ ଭୋଗିଛନ୍ତି । ମହାରାଷ୍ଟ୍ର ନବ ନିର୍ମାଣ ସେନାର କାର୍ଯ୍ୟକର୍ତ୍ତା ଓ କିଛି ମହିଳା ମିଶି ଯୁବକଙ୍କୁ ଏହି ଉତ୍ତମ ମଧ୍ୟମ ଦେଇଥିବା ଜଣାପଡ଼ିଛି ।
ଜଣାପଡ଼ିଛି ଯେ, ୫୦ ବର୍ଷୀୟ ଅରୁଣ ଗାଡୱେ ରିମ୍ସ ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ମାନଙ୍କର ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ । ଅରୁଣ ନିଜ ୱାର୍ଡରେ ମହିଳା କର୍ମଚାରୀଙ୍କର ଡ୍ରେସ କୋର୍ଡର ମାପ ନେବା ବାହାନାରେ ଅଶ୍ଲୀଳ ହରକତ କରୁଥିଲେ । ଏଥିସହ ସେ ମହିଳାଙ୍କୁ ଚାକିରିରୁ ବାହାର କରିଦେବାର ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ମହିଳାମାନେ ଏନେଇ ମହାରାଷ୍ଟ୍ର ନବ ନିର୍ମାଣ ସେନାର କାର୍ଯ୍ୟକର୍ତ୍ତାଙ୍କ ନିକଟରେ ଗୁହାରି କରିଥିଲେ । ଏହାପରେ ବିଚ୍ ରାସ୍ତାରେ ଅରୁଣଙ୍କୁ ମହିଳା ଓ ସେନା କର୍ମୀମାନେ ଚାପୁଡ଼ା ପରେ ଚାପୁଡ଼ା କଷି ଚାଲିଥିଲେ । ଫଳରେ ଅରୁଣ ମାଡ଼ ଖାଇ ବେହୋସ୍ ହୋଇଯାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅରୁଣଙ୍କୁ ଉଦ୍ଧାର କରିବା ସହ ଏକ ମାମଲା ଦାୟର କରି ଗିରଫ କରିଥିବା ଜଣାପଡ଼ିଛି ।