fbpx

ନିଜକୁ ନିଜେ ଗୁଳି କଲା ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜକୁ ନିଜେ ଗୁଳି କରି ଜଣେ ସିକ୍ୟୁରିଟି ଗାର୍ଡ ଆଜି ମୃତ୍ୟୁବରଣ କରିଛନ୍ତି । ଏହି ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱର ଗଙ୍ଗନଗର ଠାରେ । ସିକ୍ୟୁରିଟି ଗାର୍ଡ ଜଣକ ନିଜ ସର୍ଭିସ୍ ବନ୍ଧୁକରେ ନିଜ ପେଟକୁ ଗୁଳି କରିଛନ୍ତି । ଏହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ସିକ୍ୟୁରିଟି ଗାର୍ଡଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ଗୁଳି କରିବା ପଛରେ ପାରିବାରିକ କଳହ ଥିବା ପୋଲିସ୍ ର ପ୍ରାଥମିକ ତଦନ୍ତରୁ କୁହାଯାଉଛି । ଏହି ଘଟଣାରେ ପରେ ପରିବାର ଲୋକେ ଆସି ପହଞ୍ଚିଛନ୍ତି । ପୋଲିସ୍ ସେମାନଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.