fbpx

ଜମ୍ମୁ-କାଶ୍ମୀରର ଆଉ ଏକ ମନୋରମ ଦୃଶ୍ୟ: ଦେଖିଲେ ଲାଖିଯିବ ଆଖି…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର, ଏମିତିରେ ତ’ ଏହାକୁ ପୃଥିବୀର ସ୍ୱର୍ଗ ବୋଲି କୁହାଯାଏ । କାଶ୍ମୀରର ଅନୁପମ ରୂପ ସୌନ୍ଦର୍ଯ୍ୟ ଅଦ୍ୱିତୀୟ । ଏହି ଅନୁପମ ସୁନ୍ଦରତାକୁ ଉପଭୋଗ କରିବାକୁ ଅନେକ ଲୋକେ ପ୍ରତିବର୍ଷ କାଶ୍ମୀର ବୁଲିବାକୁ ଆସିଥାନ୍ତି । ତେବେ ବର୍ତ୍ତମାନ ଜମ୍ମୁ-କାଶ୍ମୀରର ଏଭଳି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣବି ଅଭିଭୂତ ହୋଇଉଠିବେ ।

ଭାରତୀୟ ରେଳବାଇ ଏହାର ଟ୍ୱିଟର ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଛି ।  ଏହ ଫଟୋ ଜମ୍ମୁ-କାଶ୍ମୀର ଚେନ୍ନାବ ବ୍ରିଜ୍ ର । ଜମ୍ମୁ-କଶ୍ମୀର ରେଜି ଜିଲ୍ଲାରେ ନିର୍ମାଣ ହୋଇଛି ଏହି ବ୍ରିଜ୍ । ଏହି ବ୍ରିଜ୍ ବକ୍କାଲ ଏବଂ କୌରୀ ମଧ୍ୟରେ ସଂଯୋଗ କରୁଛି । ଆଧୁନିକ ଜ୍ଞାନକୌଶଳର ଏକ ବଳିଷ୍ଠ ଉଦାହରଣ ହେଉଛି ଚେନ୍ନାବ ବ୍ରିଜ୍ । ଯାହାକି ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ନାମରେ ପରିଚିତ । ଏହି ବ୍ରିଜ୍ ଡିସେମ୍ବର ସୁଦ୍ଧା ଆରମ୍ଭ ହେବ ।

ଏହି ଫଟୋରେ ଆପଣ ଦେଖିପାରୁଥିବେ କିପରି ଏହି ସୁଉଚ୍ଚ ବ୍ରିଜ୍ ବାଦଲକୁ ଛୁଇଁଛି । ଯାହାକି ଦେଖିବାକୁ ଅତ୍ୟନ୍ତ ମନୋରମ । କାଶ୍ମୀର ସୌନ୍ଦର୍ଯ୍ୟ ତା’ ସାଙ୍ଗଙ୍କୁ ଏହି ସୁନ୍ଦର ନିର୍ମାଣ । ପ୍ରକୃତରେ ପୃଥିବୀର ସ୍ୱର୍ଗ ଅର୍ଥକୁ ଯଥାର୍ଥ କରଛି । ବାସ୍ତବିକ ଏହି ଦୃଶ୍ୟ ଆଖି ଲାଖିଲା ପରି ।

 

Get real time updates directly on you device, subscribe now.