fbpx

NPS ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି: ଲାଗୁ ହେଲା ଦୁଇଟି ପେନସନ୍ ନିୟମ

ନୂଆଦିଲ୍ଲୀ: ନ୍ୟାସନାଲ ପେନସନ ସ୍କିମ (ଏନପିଏସ) ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର । ଦୁଇଟି ପେନସନ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାଫଳରେ ଏନପିଏସ ଗ୍ରାହକମାନେ ଏଣିକି ପୂର୍ବାପେକ୍ଷା ସହଜରେ ପେନସନ ପାଇପାରିବେ । ପ୍ରଥମ ନିୟମ ହେଉଛି, ଏନପିଏସ ଗ୍ରାହକଙ୍କୁ ବାର୍ଷିକ ପ୍ଲାନ ପାଇଁ ଅଲଗା ପ୍ରପୋଜାଲ ଫର୍ମ ଭରିବାକୁ ପଡ଼ିବ ନାହିଁ ।

ପୂର୍ବରୁ ପେନସନ ଫଣ୍ଡ କାଢ଼ିବା ପରେ ବାର୍ଷିକ ପ୍ଲାନ ପାଇଁ ଅଲଗା ପ୍ରପୋଜାଲ ଫର୍ମ ଭରିବାକୁ ପଡ଼ୁଥିଲା । ସେପ୍ଟେମ୍ବର ୧୩ ତାରିଖରେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଯେଉଁ ଏନପିଏସ ଗ୍ରାହକ ରିଟାୟାର ହେଉଥିଲେ, ତାଙ୍କୁ ଇନସ୍ୟୁରାନ୍ସ କମ୍ପାନୀ ବାର୍ଷିକ ପ୍ଲାନ ପାଇଁ ପ୍ରପୋଜାଲ ଭରିବାକୁ ପଡ଼ୁଥିଲା । ଏହା ଗ୍ରାହକଙ୍କ ପାଇଁ ଏକ ଅତିରିକ୍ତ କାର୍ଯ୍ୟ ହୋଇଥିବା ବେଳେ ସେଥିପାଇଁ ଅଯଥାରେ ପରିଶ୍ରମ କରିବାକୁ ପଡ଼ୁଥିଲା ।

ଦ୍ୱିତୀୟ ନିୟମ ହେଉଛି, ଏନପିଏସ ପେନସନଧାରୀ ଏଣିକି ଡିଜିଟାଲ ଲାଇଫ୍ ସାର୍ଟିଫିକେଟ ମଧ୍ୟ ଜମା କରିପାରିବେ । ଏହା ବିଷୟରେ ଇନ୍ସ୍ୟୁରାନ୍ସ ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏ) ପକ୍ଷରୁ ମଧ୍ୟ ଘୋଷଣା କରାଯାଇଛି । ଏଣିକି ଏନପିଏସ ପେନସନଧାରୀ ମଧ୍ୟ ଡିଜିଟାଲ ସାର୍ଟିଫିକେଟ ଜମା କରିପାରିବେ ବୋଲି ଆଇଆରଡିଏ ଅନୁମତି ପ୍ରଦାନ କରିଛି । ପେନସନରଙ୍କ ‘ଇଜ୍ ଅଫ୍ ଲିଭିଂ’କୁ ଦୃଷ୍ଟିରେ ରଖି ଜୀବନ ପ୍ରମାଣପତ୍ର ଡିଜିଟାଲ ଫର୍ମାଟରେ ଜମା କରିବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.