ବିଳିବିଳେଇଲେ ଟ୍ରମ୍ପ, ୩ ଦେଶର ମହାଶକ୍ତି ଦେଖି ଦେହରେ ଲାଗିଗଲା ନିଆଁ, କହିଲେ ଏହି କଥା…
ଆମେରିକାର ରାଷ୍ଟ୍ରପତି ଏସସିଓ ସମ୍ମିଳନୀ ଶେଷ ହେବା ପରେ ଭାରତକୁ ନେଇ ଦେଲେ ବଡ଼ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଚୀନରେ ହେଉଥିବା ଏସସିଓ ସମିଟିରେ ପ୍ରଧାନମନ୍ତ୍ରୀ ମୋଦୀ, ଜିନପିଙ୍ଗ, ଏବଂ ଭ୍ଲାଦମିର ପୁଟିନଙ୍କ ଭେଟଘାଟକୁ ନେଇ ଆମେରିକା ଦେହରେ ଲାଗିଛି ନିଆଁ।
ଆମେରିକାର ରାଷ୍ଟ୍ରପତି ଏସସିଓ ସମ୍ମିଳନୀ ଶେଷ ହେବା ପରେ ଭାରତକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଭାରତ ସହ ଲମ୍ବା ସମୟ ଏକତରଫା ସମ୍ପର୍କ ରହିଛି।
ଟ୍ରମ୍ପ କ’ଣ କହିଛନ୍ତି
ଟ୍ରମ୍ପ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବହୁତ କମ ଲୋକ ଜାଣିଛନ୍ତି କି ଆମେ ଭାରତ ସହିତ କମ୍ ବ୍ୟାପାର କରିଛୁ। କିନ୍ତୁ ଏହା ସତ ନୁହେଁ ଭାରତ- ଆମେରିକା ସହ ବହୁତ ଅଧିକ ବ୍ୟାପାର କରେ।
ଏହା ସହ ଟ୍ରମ୍ପ କହିଛନ୍ତି ସେମାନେ ଆମକୁ ବିପୁଳ ପରିମାଣର ସାମଗ୍ରୀ ବିକ୍ରୟ କରନ୍ତି। ଯାହା ସେମାନଙ୍କର ସବୁଠାରୁ ବଡ଼ ଗ୍ରାହକ, କିନ୍ତୁ ଆମେ ସେମାନଙ୍କୁ ବହୁତ କମ୍ ବିକ୍ରି କରୁ।
ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଏକପାଖିଆ ସମ୍ପର୍କ ହୋଇଆସିଛି। ଏବଂ ଏହା ଦଶନ୍ଧି ଧରି ଚାଲିଆସିଛି।କାରଣ ଭାରତ ଆମ ଉପରେ ଏତେ ଉଚ୍ଚ ଶୁଳ୍କ ଲାଗୁ କରୁଛି, ଅନ୍ୟ ଯେକୌଣସି ଦେଶ ଅପେକ୍ଷା, ଯେ ଆମର ବ୍ୟବସାୟଗୁଡ଼ିକ ଭାରତରେ ସାମଗ୍ରୀ ବିକ୍ରୟ କରିବାକୁ ସକ୍ଷମ ହେଉନାହିଁ।
ଟ୍ରମ୍ପ କହିଛନ୍ତି, ଏହା ଏକ ସମ୍ପୂର୍ଣ୍ଣ ଏକପାଖିଆ ବିପର୍ଯ୍ୟୟ! ଏହା ସହିତ, ଭାରତ ଏହାର ଅଧିକାଂଶ ତୈଳ ଏବଂ ସାମରିକ ଉତ୍ପାଦ ରୁଷରୁ କିଣେ, ଆମେରିକାରୁ ବହୁତ କମ୍।
ସେମାନେ ଏବେ ସେମାନଙ୍କର ଶୁଳ୍କକୁ ସମ୍ପୂର୍ଣ୍ଣ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଏହା ବହୁତ ଡେରି ହୋଇଯାଉଛି। ସେମାନେ ଏହା ବର୍ଷ ବର୍ଷ ପୂର୍ବରୁ କରିବା ଉଚିତ ଥିଲା।
ଟ୍ରମ୍ପ ମୋଦ ନିଜ ସୋସିଆଲ ଆକାଉଣ୍ଟରେ ଟ୍ରୁଥ ସୋସିଆଲ ଜରିଆରେ ଏହି ପୋଷ୍ଟ କରିଛନ୍ତି। ଟ୍ରମ୍ପଙ୍କ ଏହି ବୟାନ ଦେଖି ଲାଗୁଛି ୩ ଦେଶର ମହାଶକ୍ତି ଦେଖି ବିଳିବିଳେଇ ଯାଇଛନ୍ତି।
ଯେଉଁଥିପାଇଁ ଦୁନିଆର ସାମ୍ନାରେ ସେ ନିଜ ନିର୍ଦ୍ଦୋଶ ପଣିୟାକୁ ରଖୁଛନ୍ତି। ହେଲେ ଏବେ ଦେଖିବାକୁ ବାକି ରହିଲା ଭାରତ ପକ୍ଷରୁ ଏସବୁର କ’ଣ ଟ୍ରମ୍ପଙ୍କୁ ଜବାବ ମିଳୁଛି।
ଏସସିଓ ସମ୍ମିଳନୀରେ ଯୋଗ ଦେବା ପରେ ମୋଦୀ ଭାରତ ଫେରିଛନ୍ତି।