fbpx

ସେଲଫି ବଞ୍ଚାଇଲା ଜୀବନ! ମହିଳାଙ୍କୁ ଫଟୋରେ ଦେଖାଗଲା ଅଜବ ଆଖି, ବାହାରିଲା ବ୍ରେନ୍ ଟ୍ୟୁମର

ଭାବନ୍ତ ଯଦି ଆପଣ ଏକ ନର୍ମାଲ ସେଲଫି ନେଇଛନ୍ତି ଓ କିଛଇ ସମ୍ର ପରେ ବାହାରିଲା କି ଆପଣଙ୍କୁ ଏକ ସାଙ୍ଘାତିକ ରୋଗ ହୋଇଛି, ତେବେ ହୁଏତ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ଏପରି ଏକ ଘଟଣା ଆମେରିକାରେ ରହୁଥିବା ଜଣେ ମହିଳାଙ୍କ ସହ ହୋଇଛି । ଆମେରିକୀୟ ମହିଳା ସେଲଫି ନେବାବେଳେ ତାଙ୍କ ମୁହଁରେ କିଛି ଅଦ୍ଭୁତ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ ।

କିଛି ସମୟ ପରେ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ ଏବଂ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ତାଙ୍କୁ ମସ୍ତିଷ୍କ ଟ୍ୟୁମର ହୋଇଛି । ଆମେରିକାର ଫ୍ଲୋରିଡାରେ ରହୁଥିବା ମେଗାନ ଟ୍ରାଉଟୱାଇନଙ୍କ ଏକ ଫଟୋ ତାଙ୍କ ଜୀବନକୁ ବଦଳାଇ ଦେଇଛି । ନ୍ୟୁୟର୍କରେ ତାଙ୍କ ଭଉଣୀଙ୍କୁ ଭେଟିବାକୁ ଯାଇଥିବା ମେଗାନ୍ ବୁଲାବୁଲି କରିବା ସମୟରେ ଅନେକ ଫଟୋ ଉଠାଇଥିଲେ । ମେଗନ୍ ତାଙ୍କ ବାହାଘର ସମୟରେ ରକଫେଲର୍ ସେଣ୍ଟର ଯିବା ସମୟରେ ସେଲଫି ନେଇଥିଲେ । ପରେ ଯେତେବେଳେ ସେ ଫଟୋ ଦେଖିଲେ, ତାଙ୍କର ଗୋଟିଏ ଆଖି ତଳକୁ ସାମାନ୍ୟ ଝୁଲି ପଡ଼ିଥିବା ଜଣାପଡିଲା । ସେ ଏହାକୁ ବହୁତ ଅଦ୍ଭୁତ ମନେ କଲେ ଏବଂ ଘରକୁ ଫେରିବା ମାତ୍ରେ ସେ ସ୍ନାୟୁବିଜ୍ଞାନୀଙ୍କୁ ଏହା ଜଣାଇଲେ । ଖବର ଅନୁଯାୟୀ, ମେଗାନଙ୍କୁ ମେନିଙ୍ଗିଓମା ହୋଇଥିଲା, ଯାହା ବୈନ୍ କ୍ୟାନ୍ସର ରୋଗର ସବୁଠାରୁ ସାଧାରଣ ରୂପ । ସେ ଏ ବିଷୟରେ ଜାଣିବା ମାତ୍ରେ ତୁରନ୍ତ ଚମ୍ପାର ମଫିଟ୍ କର୍କଟ କେନ୍ଦ୍ରରେ ଚିକିତ୍ସା ଆରମ୍ଭ କଲେ । ପ୍ରଥମେ ଟ୍ୟୁମର ହଟାଇବା ପାଇଁ ଅସ୍ତ୍ରୋପଚାର କରାଯାଇଥିଲା । ନ୍ୟୁୟର୍କ ପୋଷ୍ଟ ରିପୋର୍ଟ କରିଛି ଯେ ପରବର୍ତ୍ତୀ ପ୍ରକ୍ରିୟାରେ ତାଙ୍କ ମସ୍ତିଷ୍କରେ ଅନ୍ୟ ଏକ ପ୍ରାଥମିକ ଟ୍ୟୁମର, ଗ୍ଲୋମା ମିଳିଥିଲା ।

ଡାକ୍ତରଙ୍କ କହିବାନୁସାରେ, ଗ୍ଲୋମା ଧୀରେ ଧୀରେ ବଢ଼ିବାରେ ଲାଗିବ ଏବଂ ତାଙ୍କୁ ତାଙ୍କ ଅବସ୍ଥା ଉପରେ ଆଜୀବନ ନିରୀକ୍ଷଣ ଆବଶ୍ୟକ ପଡ଼ିବ । ଅତିରିକ୍ତ ଭାବରେ, ପରୀକ୍ଷଣରୁ ଜଣାପଡିଛି ଯେ ମେଗାନଙ୍କଠାରେ ଏକ ପିଟିଇଏନ ଜିନ୍ ମ୍ୟୁଟେସନ୍ ଅଛି, ଯାହା ଅନ୍ୟ କର୍କଟ ରୋଗ ହେବାର ଆଶଙ୍କା ବଢ଼ାଇଥାଏ । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ମେଗାନଙ୍କୁ ୨୦୧୭ ମସିହାରୁ ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ, ଯେଉଁଥିପାଇଁ ସେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ତେବେ ଚିକିତ୍ସା ସମୟରେ ସେ ଅନେକ ଦୟାଳୁ ଏବଂ ପ୍ରେରଣାଦାୟକ ଲୋକଙ୍କୁ ଭେଟିବାର ସୁଯୋଗ ମଧ୍ୟ ପାଇଥିଲେ ।

Get real time updates directly on you device, subscribe now.