fbpx

ଅକ୍ଟୋବର ୭ରୁ ଅଗ୍ନିପଥ ଯୋଜନାରେ ସେନା ନିଯୁକ୍ତି ରାଲି, ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ

ଯାଜପୁର, (ଭାସ୍କର ନ୍ୟୁଜ) : ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାରେ ସେନା ନିଯୁକ୍ତି ରାଲି ଆସନ୍ତା ଅକ୍ଟୋବର ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଗୋପବନ୍ଧୁ ଷ୍ଟାଡିୟମ, ପାରାଦୀପ ଠାରେ ଅନୁଷ୍ଠିତ ହେବ ବୋଲି ଆର୍ମି ରିକ୍ରୁଟିଂ ଅପିଂସ, କଟକଙ୍କ ପକ୍ଷରୁ ଅବଗତ କରାଯାଇଛି । ଏହି ଯୋଜନା ଅଧିନରେ ଆବେଦନ କରିବାର ସର୍ବନିମ୍ନ ବୟସ ହେଉଚ୍ଥି ୧୭.୫ ବର୍ଷ ଏବଂ ସର୍ବାଧିକ ବୟସ ହେଉଛି ୨୧ ବର୍ଷ ।

ମାତ୍ର ଚଳିତ ବର୍ଷର ନିଯୁକ୍ତି ପାଇଁ ୨ ବର୍ଷ କୋହଳ କରାଯାଇଛି । ଉଭୟ ପୁରୁଷ ଓ ମହିଳା ଅଗ୍ନିପଥ ଯୋଜନା ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ ପ୍ରାର୍ଥୀଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡିବ । ଆବେଦନ ପ୍ରକ୍ରିୟା ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଚ୍ଥି ଏବଂ ଏହା ୩୦ ଅଗଷ୍ଟ ୨୦୨୨ ରିଖରେ ବନ୍ଦ ହେବ । ପଞ୍ଜିକୃତ ଇ-ମେଲ ଠିକଣାରେ ପ୍ରାର୍ଥୀ ମାନଙ୍କ ନିକଟକୁ ଆଡମିଟ କାର୍ଡ ପଠାଯିବ । ଏହି ନିଯୁକ୍ତି ରାଲିରେ ଅଧିକରୁ ଅଧିକ ସଂଖ୍ୟକ ପ୍ରାର୍ଥୀ ଯୋଗ ଦେବା ନିମନ୍ତେ ଜନସାଧାରଣ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକୁ ନିବେଦନ କରାଯାଇଚ୍ଥି । ଅଗ୍ନିପଥ ଯୋଜନାର ୱେବସାଇଟ www.joinindianarmy.nic.in ରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି।

Get real time updates directly on you device, subscribe now.