fbpx

ଆଧାର କାର୍ଡ ମାଧ୍ୟମରେ ବି ପଠାଇପାରିବେ ଟଙ୍କା, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ଯଦି ଆପଣ ପେମେଣ୍ଟର ଡିଜିଟାଲ ମୋଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଗୁରୁତ୍ୱପୂର୍ଣ୍ଣ ଖବର । ଏଚ୍ଚିକି ଆପଣ ଆଧାର ନମ୍ବରରୁ ବି ପେମେଣ୍ଟ କରିପାରିବେ । ଯଦି ଆପଣ ଯାହାକୁ ଟଙ୍କା ପଠାଇବାକୁ ଚାହିଁଛନ୍ତି, କିନ୍ତୁ ତାଙ୍କ ପାଖରେ ୟୁପିଆଇ ଆଡ୍ରେସ୍ ନାହିଁ ତାହାଲେ ଏହା ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ଭାବେ କାମ କରିବ । ଯଦି ଆପଣ BHIM ୟୁଜର, ତେବେ ରିସିଭରର ଆଧାର ନମ୍ବର ବ୍ୟବହାର କରି ଆପଣ ଟଙ୍କା ପଠାଇପାରିବେ । ଆସନ୍ତୁ ଜାଣି ସମ୍ପୂର୍ଣ୍ଣ ପ୍ରୋସେସ୍….

ଭାରତୀୟ ୟୁଆଇଡିଏଆଇ ନିଜର ଅଫିସିଆଲ ୱେବସାଇଟରେ କହିଛି ଯେ, ଆଧାର ନମ୍ବରରୁ ଟଙ୍କା ପଠାଇବା ପାଇଁ ଏହି ବିକଳ୍ପ ହିତାଧିକାରୀଙ୍କ BHIM ଆଡ୍ରେସରେ ଦେଖାଇଥାଏ । ଆପଣ ଭିମ୍ ଆପ ମାଧ୍ୟମରେ କାହାକୁ ଟଙ୍କା ପଠାଇବା ସମୟରେ ଆଧାର ନମ୍ବରର ବିକଳ୍ପ ବ୍ୟବହାର କରିପାରିବେ । ଏପରି କରିବା ଦ୍ୱାରା ସାମ୍ନା ଲୋକର ୟୁପିଆଇ ଆଡ୍ରେସ ନଥିଲେ ବି ତାଙ୍କୁ ଟଙ୍କା ପଠାଇପାରିବେ ।

ୟୁଆଇଡିଏଆଇର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, BHIM ଆପରେ ଆଧାର ନମ୍ବର ବ୍ୟବହାର କରି ଟଙ୍କା ପଠାଇବା ପାଇଁ ହିତାଧିକାରୀଙ୍କ ଆଧାର ନମ୍ବର ଏଣ୍ଟର କରନ୍ତୁ ଓ ଭେରିଫାଏ ବଟନ ଉପରେ କ୍ଲିକ କରନ୍ତୁ । ସିଷ୍ଟମ ଆଧାର ନମ୍ବର ଲିଙ୍କ ଯାଞ୍ଚ କରିବା ପରେ ହିତାଧିକାରୀଙ୍କୁ ସେହି ରାଶି ପ୍ରଦାନ କରିବ ।

Get real time updates directly on you device, subscribe now.