fbpx

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଅନୁଗୁଳ,୫ା୨ (ଓଡିଶା ଭାସ୍କର) : ଜଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ପାଳଲହଡା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ବରିଷ୍ଠ କିରାଣୀ । କାଗଜପତ୍ର କାମ ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ସାଧୁ ଚାତମ୍ବା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକ ଜମିଜମା ମାମଲାରେ ପର‌ମିସନ୍ ପାଇଁ ଘାସିରାମ ବେହେରା ନାମକ ଜଣେ ଆବେଦନକାରୀଙ୍କ ଠାରୁ ବରିଷ୍ଠ କିରାଣୀ ସାଧୁ ଚାତମ୍ବା ଏହି ଲାଞ୍ଚ ନେଉଥିଲେ । ତେବେ ଏସଟି ଏସସି ଜମି ବିକ୍ରି ପାଇଁ ଚାତମ୍ବା ଆବେଦନକାରୀଙ୍କୁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଆବେଦନକାରୀ ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ବରିଷ୍ଠ କିରାଣୀ ଚାତମ୍ବା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ।

Get real time updates directly on you device, subscribe now.