fbpx

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ ମହଲରୁ ଏକ ଦୁଃଖଦ ଖବର ଆସିଛି । ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ ଘଟିଛି । କଟକ ଜିଲ୍ଲା ତେଲେଙ୍ଗାବଜାର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ଅବନତି ଜନିତ କାରଣରୁ ଅଶୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ଅଶୋକଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

ସୂଚନା ମୁତାବକ, ଗତ କିଛିଦିନ ଧରି ଅଶୋକ ଲିଭର ସମ୍ବନ୍ଧୀୟ ବିମାରୀରେ ଜଡ଼ିତ ରହି ଚିକିତ୍ସିତ ହେଉଥିଲେ । ତେବେ ଡାକ୍ତରଙ୍କ ସମସ୍ତଙ୍କ ପ୍ରୟାସ ବୃଥା ପାଲଟିବା ସହ ଅଶୋକ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଅଶୋକଙ୍କ ମୃତ୍ୟୁରେ ରାଜ୍ୟ ରାଜନୈତିକ ମହଲରେ ଶୋକର ଲହରୀ ଖେଳିଯାଇଛି । କଂଗ୍ରେସ ସହିତ ଅନ୍ୟ ରାଜନୈତିକ ଦଳର ବହୁ ବରିଷ୍ଠ ନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ଅଶୋକ କଂଗ୍ରେସରେ ଦୀର୍ଘଦିନ ଧରି କାର୍ଯ୍ୟ କରିବା ସହିତ ଦଳର ମୁଖପାତ୍ର ଭାବେ ଦାୟିତ୍ୱ ତୁଲାଇଥିଲେ । ସେ କିଛିଦିନ ହେଲା ଲିଭର ବା ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ । ଆସନ୍ତାକାଲି ତାଙ୍କର ମୃତଦେହକୁ କଟକର ଖାନଗର ସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ତାଙ୍କର ମୃତ୍ୟୁ ଖବର ପାଇବା ପରେ କଟକର ବିଧାୟକ ମହମ୍ମଦ ମୋକିମ, ମେୟର ସୁବାଷ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହିତ ବହୁ ରାଜନେତା ତାଙ୍କର ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅଶୋକଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି କରିଛି ।

Get real time updates directly on you device, subscribe now.