fbpx

ରିସର୍ଚ୍ଚରୁ ଖୁଲାସା: ଭାରତରେ ୪୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରତି ତିନି ଜଣରେ ଜଣେ ବ୍ୟକ୍ତି ଯୌନ ଅକ୍ଷମତାରେ ପୀଡ଼ିତ

ଭାରତରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷମାନଙ୍କ କ୍ଷେତ୍ରରେ ଏପେ ସାଧାରଣତଃ ଟେଷ୍ଟୋଷ୍ଟେରନ ଡ଼େଫିସିଏନ୍ସି ସିଣ୍ଟ୍ରୋମ୍ (ଟିଡ଼ିଏସ) ନାମକ ଏକ କାରକ ଯୌନ କ୍ରିଡ଼ା ଲାଗି ବାଧକ ସାଜିଥିବାର ଏକ ଅଧ୍ୟୟନ ସୂତ୍ରରୁ ଜଣାପଡ଼ିଛି । ନିକଟରେ ଗବେଷକଙ୍କ ଦ୍ୱାରା ଏନେଇ ସାର୍ ଗଙ୍ଗାରାମ ହସ୍ପିଟାଲରେ ଥିବା ପ୍ରାୟ ୭୪୫ ଜଣ ରୋଗୀଙ୍କୁ ଅଧ୍ୟୟନ କରାଯାଇଥିଲା । ଏହି ଗବେଷଣାରୁ ଜଣାପଡ଼ିଲା ଯେ, ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷଙ୍କଠାରେ କାମ ଉତ୍ତେଜନା ଅଭାବରୁ ଯୌନ ଅକ୍ଷମତା ପ୍ରକାଶ ପାଇଛି, ଏହା ହଶ୍ ପୋଷ୍ଟରେ ପ୍ରକାଶ ପାଇଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାଧାରଣତଃ ଏହି ପ୍ରକାର ରୋଗୀଙ୍କ ନିକଟରେ ପ୍ରାୟତଃ ଏକପ୍ରକାର ଲକ୍ଷଣ ପ୍ରକାଶ ପାଇଥାଏ । ଯୌନକ୍ରିଡ଼ା ସମୟରେ ଏହି ପୁରୁଷମାନେ ଶିଘ୍ର ପତ୍ତନର ଶିକାର ହୋଇଥାଆନ୍ତି ତଥା କାମୋତ୍ତେଜନା ସ୍ୱାଭାବିକ ଭାବେ ପ୍ରକାଶ ପାଇନଥାଏ ଫଳରେ ଏହି ରୋଗୀମାନେ ହତାଶ ହୋଇଥାଆନ୍ତି । ଅର୍ଥାତ୍ ଯୌନକ୍ରିଡ଼ାରେ ସ୍ୱାଭାବିକ ଖୁସି ପରିବର୍ତ୍ତେ ଅତ୍ୟନ୍ତ କମ୍ ଉପଭୋଗ୍ୟ ହୋଇଥାଏ ଏହି ରୋଗୀମାନଙ୍କର କାମୋତ୍ତେଜନା । ଏହାକୁ ସର୍ବେକ୍ଷଣ ତଥା ଗବେଷଣା କରୁଥିବା ଡ଼ାକ୍ତର ସୁଧୀର ଚନ୍ଦ୍ର କହନ୍ତି, ଏହି ରୋଗରେ ଟେଷ୍ଟୋଷ୍ଟେରନ ଡ଼େଫିସିଏନ୍ସି ସିଣ୍ଟ୍ରୋମ୍ (ଟିଡ଼ିଏସ) ସହିତ ଭିଟାମିନ ଡ଼ି, ମଧୁମେହ ରୋଗ ଏବଂ ହୃଦରୋଗ ବିଶେଷ ଭାବେ ପ୍ରଭାବିତ କରିଥାଏ ।

ଏହି ରୋଗର ମୂଳ କାରଣ ହିଁ ଟିଡ଼ିଏସ କାରଣ ୨୮.୯୯ ପ୍ରତିଶତ ବ୍ୟକ୍ତିବିଶେଷ ଏହି ରୋଗରେ ପୀଡ଼ିତ । ଅଧ୍ୟୟନ ଅନୁଯାୟୀ, ଭାରତରେ ୪୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରତି ତିନି ଜଣରେ ଜଣେ ବ୍ୟକ୍ତି ଏହି ଯୌନ ଅକ୍ଷମତାରେ ପୀଡ଼ିତ ।

ଅଧ୍ୟୟନ କରାଯାଇଛି ଯେ, ନିଯୁକ୍ତି ଜନିତ ମାନସିକ ଚାପ ହିଁ ଏହି ବୟସରେ ଅଧିକ ମାତ୍ରାରେ ଏହି ରୋଗ ଜନ୍ମାଇବାରେ ସାହାଯ୍ୟ କରିଥାଏ । ଏହି ରୋଗର ଅନ୍ୟ ଯେଉଁ କାରଣ ଗୁଡ଼ିକ ରହିଛି ସେଗୁଡ଼ିକ ହେଲା ମଦ୍ୟପାନ ତଥା ଅଧିକମାତ୍ରାରେ ଧୂମପାନ । ଅଧ୍ୟୟନ ଅନୁଯାୟୀ ସ୍ୱାମୀ-ସ୍ତ୍ରୀ ସମୟ ଅଭାବରୁ ଅଧିକ ମିଳନ କରିପାରୁନଥିବା ଜନିତ ମାନସିକ ଅଶାନ୍ତି ମଧ୍ୟ ଏହି ରୋଗ ଆଡ଼କୁ ଟାଣିନେଇଥାଏ । ଏହି ଅଧ୍ୟୟନରେ ଜଣାପଡ଼ିଛି ଯେ, ସାଧାରଣତଃ ଭାରତର ମେଟ୍ରୋ ପଲିଟାନ ସହରଗୁଡ଼ିକରେ ପୁରୁଷମାନେ ଅଧିକମାତ୍ରାରେ ଏହି ରୋଗର ଶିକାର ହୋଇଥାଆନ୍ତିି ।

Get real time updates directly on you device, subscribe now.