fbpx

ଓଡିଶାରେ ମେ’ ୧୩ ତାରିଖରୁ ଲାଗିବ ନିଆଁ: ଅନୁଭୂତ ହେବ ଅସ୍ୱାଭାବିକ ପାଣିପାଗ

ଭୁବନେଶ୍ୱର: ସାରା ଓଡିଶାରେ ବଢିବାକୁ ଯାଉଛି ସୂର୍ଯ୍ୟଦେବଙ୍କ କୋପ । ମେ’ ୧୩ ତାରିଖରୁ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ପାଣିପାଗ । ୧୩ ତାରିଖରୁ ଆରମ୍ଭ ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହି ପରିସ୍ଥିତି । ଆସନ୍ତା ୧୩ ତାରିଖ ପରେ ପୁଣି ଥରେ ରାଜ୍ୟରେ ତାତି ବଢିବା ନେଇ ସୂଚନା ମିଳିଛି । ଏ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ତାତି ବଢିବା ଅନୁମାନ କରିବା ପରେ ସାରା ରାଜ୍ୟବାସୀ ଏବେ ଦ୍ୱିବିଧାରେ ପଡିଯାଇଛନ୍ତି । ଗୋଟିଏ ପଟେ ବାତ୍ୟାର ପ୍ରଭାବରେ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ପାଣିପାଗ ବିଭାଗର ତାପମାତ୍ରା ବୃଦ୍ଧି ଚେତାବନୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

Get real time updates directly on you device, subscribe now.