fbpx

ସାଂସଦ ରବନୀତ ସିଂହ ବିଟ୍ଟୁ ବିଜେପିରେ ସାମିଲ: ପଞ୍ଜାବରେ କଂଗ୍ରେସକୁ ବଡ଼ ଝଟକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ରବନୀତ ସିଂହ ବିଟ୍ଟୁ ବିଜେପିରେ ସାମିଲ ହୋଇଛନ୍ତି । ରବନୀତ ଲୁଧିୟାନା ଲୋକସଭା ଆସନରୁ ବର୍ତ୍ତମାନ ସାଂସଦ ଥିବା ବେଳେ ସେ ରାହୁଲ ଗାନ୍ଧିଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଭାବେ ଜଣାଶୁଣା ଥିଲେ । ପଞ୍ଜାବ କଂଗ୍ରେସର ଜଣେ ବଡ଼ ଚେହେରା ଭାବେ ରବନୀତ ବେଶ୍ ପରିଚିତ ଥିଲେ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ନାତି ଅଟନ୍ତି ନବନୀତ । ନବନୀତ ଭାଜପାର ସଦସ୍ୟତା ଗ୍ରହଣ କରିବା ସମୟରେ ବିଜେପିରେ ଅନେକ ନେତା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.