fbpx

CUET-UG ୨୦୨୪ ପଞ୍ଜିକରଣ ଅବଧି ବୃଦ୍ଧି: NTA ପକ୍ଷରୁ ଘୋଷଣା

ନୂଆଦିଲ୍ଲୀ: ସମସ୍ତ ମେଡିକାଲ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସିୟୁଇଟି-ୟୁଜି ୨୦୨୪ ପଞ୍ଜିକରଣ ଅବଧି ବୃଦ୍ଧି କରାଯାଇଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଘୋଷଣା କରାଯାଇଛି । ସଂଶୋଧିତ ଶିଡ୍ୟୁଲ ମୁତାବକ, ଛାତ୍ରଛାତ୍ରୀମାନେ ଏବେ ମାର୍ଚ୍ଚ ମାସ ୩୧ ତାରିଖ ରାତି ୯.୫୦ ସୁଦ୍ଧା ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିେବେ ।

ଏପ୍ରିଲ ୩୦ ତାରିଖ ପରେ ସିଟି ଘୋଷଣା କରାଯିବ । ମେ ମାସ ଦ୍ୱିତୀୟ ସପ୍ତାହରେ ଆଡମିଟ୍ କାର୍ଡ ଜାରି କରାଯିବ । ମେ ୧୫ ଓ ୩୧ ମଧ୍ୟରେ ସିୟୁଇଟି ୟୁଜି ପରୀକ୍ଷା ଶିଡ୍ୟୁଲ କରାଯିବ । ଜୁନ ୩୦ ତାରିଖରେ ରେଜଲ୍ଟ ଘୋଷଣା କରାଯିବ । ଅସମୀୟା, ବଙ୍ଗାଳୀ, ଇଂରାଜୀ, ଗୁଜରାତୀ, ହିନ୍ଦି, କନ୍ନଡ଼, ମାଲୟାଲମ, ମରାଠୀ, ପଞ୍ଜାବୀ, ଓଡ଼ିଆ, ତାମିଲ, ତେଲୁଗୁ ଓ ଊର୍ଦ୍ଦୁ ଆଦି ଭାଷାରେ ସିୟୁଇଟି-ପରୀକ୍ଷା କରାଯିବ ।

Get real time updates directly on you device, subscribe now.