fbpx

ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ, ଜେଠୱା ହେଲେ ଭିଜିଲାନ୍ସ ଡିଜି

ଭୁବନେଶ୍ୱର(ଓଡିଶା ଭାସ୍କର): ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ଡ. ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । ପୂର୍ବରୁ ଶ୍ରୀ ଷଡଙ୍ଗୀ ଗୃହନିର୍ମାଣ ବିଭାଗରେ ସିଏମ୍ଡି ରହିଥିଲେ । ସ୍ୱର୍ଗତ ଭି୍ଜିଲାନ୍ସ ଡିଜି ଦେବାଶିଷଙ୍କ ସ୍ଥାନରେ ବରିଷ୍ଠ ଆଇପିଏ୍ ଅଫିସର ଯଶୋବନ୍ତ ଜେଠୱାଙ୍କୁ ନିଯୁକ୍ତ କରାଯାଇଛି । ଜେଠୱା ଏହା ପୂର୍ବରୁ ଓଡିଶା ପୋଲିସ୍ର ଆଇନ ଶୃଙ୍ଖଳା ବିଭାଗର ଆଡିସନାଲ ଡିଜି ରହିଥିଲେ ।

ପରିବହନ କମିଶନର ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ସହକାରୀ ଡିଜି ଭାବରେ ନିଯୁକ୍ତ କରାଯାଇଛି । ଏହା ସହିତ ତାଙ୍କୁ ଗୃହ ନିର୍ମାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି । ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମାଙ୍କୁ ଆଇନ ଶୃଙ୍ଖଳା ବିଭାଗର ଡିଜି ଭାବରେ ନିଯୁକ୍ତ କରାଯାଇଛି । ରାଜ୍ୟ ପରିବହନ ନିଗମର ସିଏମ୍ଡି ଏବଂ କ୍ରୁଟ୍ର ସିଇଓ ଅରୁଣ ବୋଥ୍ରାଙ୍କୁ ପରିବହନ କମିଶନର ଭାବରେ ନିଯୁକ୍ତ କରାଯାଇଛି । ଏହା ସହିତ ଗୃହରକ୍ଷୀ ଏବଂ ଅଗ୍ନିଶମ ବିଭାଗର ଆଇଜି ଅସିତ୍ କୁମାର ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ଭାବରେ ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.