fbpx

ବରିଷ୍ଠ IRS ଅଧିକାରୀ ରାହୁଲ ନବୀନ EDର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଯୁକ୍ତ

Advertisement

ନୂଆଦିଲ୍ଲୀ: ବରିଷ୍ଠ ଭାରତୀୟ ରାଜସ୍ୱ ସେବା (ଆରଆରଏସ) ଅଧିକାରୀ ରାହୁଲ ନବୀନଙ୍କୁ ନୂଆ ଦାୟିତ୍ୱ ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ରାହୁଲଙ୍କୁ ନିଯୁକ୍ତି ଦିଆଯାଇଛି । ସେ ୧୯୮୪ ବ୍ୟାଚର ଆଇଆରଏସ ଅଧିକାରୀ ସଞ୍ଜୟ କୁମାର ମିଶ୍ରଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିବେ । ୧୯୯୩ ବ୍ୟାଚର ଆଇଆରଏସ ଅଧିକାରୀ ରାହୁଲ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ସମ୍ଭାଳିବା ସହିତ ଇଡି ମୁଖ୍ୟାଳୟର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି ।

ବିହାରର ବାସିନ୍ଦା ରାହୁଲ ତଦନ୍ତକାରୀ ସଂସ୍ଥାରେ ଜଣେ କମ୍ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଭାବେ ଜଣାଶୁଣା ଅଟନ୍ତି । ମାତ୍ର କାର୍ଯ୍ୟ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରିଥାନ୍ତି । ନୂଆ ନିର୍ଦ୍ଦେଶକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ରାହୁଲ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ଏହି ନୂଆ ଦାୟିତ୍ୱ ସହିତ ରାହୁଲ ଇଡି ହେଡକ୍ୱାର୍ଟରରେ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିବେ । ଇଡିର ନିର୍ଦ୍ଦେଶକ ଭାବେ ସଞ୍ଜୟ ମିଶ୍ର ପଦ ଛାଡ଼ିବା ପରେ ରାହୁଲଙ୍କୁ ନୂଆ ନିଯୁକ୍ତି ମିଳିଛି ।

ଗତ ୨୦୨୦ ମସିହା ନଭେମ୍ବର ମାସରେ ସଞ୍ଜୟ ଇଡି ନିର୍ଦ୍ଦେଶକ ଭାବ ଦୁଇବର୍ଷର କାର୍ଯ୍ୟକାଳ ସମାପ୍ତ କରିଥିଲେ । ମାତ୍ର ଏହାପରେ ତାଙ୍କର କାର୍ଯ୍ୟ ଅବଧି ପୁଣି ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା, ଯାହାକି ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ବିହାର ନିବାସୀ ରାହୁଲ ଜଣେ କୁଶଳ ଓ ଶାନ୍ତ ସ୍ୱଭାବର ବ୍ୟକ୍ତି ଅଟନ୍ତି । ସେ କମ୍ କଥା କହୁଥିଲେ ହେଁ କଲମ୍ ଚଳାଇବାରେ ବେଶ୍ ମାହିର ଅଟନ୍ତି । ସେ ଆଇନଗତ ପ୍ରକ୍ରିୟାରେ କାମ କରିବାରେ ବେଶ୍ ଧୂରନ୍ଧର ଅଟନ୍ତି ।

Get real time updates directly on you device, subscribe now.