ବରିଷ୍ଠ ବିଧାୟକଙ୍କ ଦାବି: ପୁରୁଷଙ୍କୁ ସପ୍ତାହରେ ମିଳୁ ୨ ବୋତଲ ମଦ, କଂଗ୍ରେସ କହିଲା ଇଲେକ୍ସନ ଜିତ ତା’ପରେ କର..

ଅବକାରୀ ବିଭାଗ ରାଜସ୍ୱଙ୍କୁ ନେଇ କର୍ନାଟକ ବିଧାନସଭାରେ ତୁମୁଳ କାଣ୍ଡ । କ୍ଷମତାକୁ ଆସି ନିଜେ ଯୋଜନା ଲାଗୁ କର କହିଲା କଂଗ୍ରେସ ।

ବେଙ୍ଗାଲୁରୁ: ଅବକାରୀ ବିଭାଗ ରାଜସ୍ୱକୁ ନେଇ ମଙ୍ଗଳବାର କର୍ନାଟକ ବିଧାନସଭାରେ ବଡ଼ ଆଲୋଚନା ହୋଇଛି । ଆଲୋଚନାବେଳେ ଜଣେ ବରିଷ୍ଠ ବିଧାୟକ କହିଛନ୍ତି, ପ୍ରତି ସପ୍ତହରେ ଲୋକଙ୍କୁ ୨ ବୋତଲ ମଦ ମାଗଣା ମିଳିବା ଆବଶ୍ୟକ । ବିଧାୟକଙ୍କୁ ଏ ମନ୍ତବ୍ୟକୁ ଗୃହରେ ବିରୋଧ କରିଛନ୍ତି ଶାସକ ଦଳ ।

୨୦୨୫-୨୬ ବଜେଟ୍ରେ ମୁଖ୍ୟମନ୍ତ୍ରୀ ସିଦ୍ଦରମାଇଆ ଅବକାରୀ ରାଜସ୍ୱ ବଜେଟ୍ ୪୦,୦୦୦ କୋଟି ରଖିଛନ୍ତି । ପୂର୍ବରୁ ଏହା ୩୬,୫୦୦ କୋଟି ଟଙ୍କା ଥିଲା । ଗୋଟିଏ ବର୍ଷରେ ସରକାର ଟାକ୍ସ ୩ ଥର ବଢ଼େଇସାରିଲେଣି । ଯାହା ଗରିବଙ୍କୁ କଷ୍ଟ ଦେଇଛି ।
ରାଜ୍ୟ ସରକାର ଅବକାରୀ ବିଭାଗ ରାଜସ୍ୱ ୪୦ ହଜାର କୋଟି ବଢ଼ାଇବା ନେଇ ତିରୁଭେକେରେ ବିଧାୟକ ଏମଟି କ୍ରିଷ୍ଣାପ୍ପା କହିଛନ୍ତି । ବିନା କର ବୃଦ୍ଧିରେ ଏହା କିପରି ସମ୍ଭବ ବୋଲି ସେ ଗୃହରେ ପ୍ରଶ୍ନ କରିଥିଲେ ।

ଆମେ ଲୋକଙ୍କଠାରୁ ମଦ ପିଇବା ଛଡ଼ାଇପାରିବା ନାହିଁ, ବିଶେଷ କରି ଶ୍ରମିକ ଶ୍ରେଣୀ ଲୋକଙ୍କଠାରୁ । ଗରିବ ଶ୍ରେଣୀର ମହିଳାଙ୍କୁ ସରକାର ପ୍ରତିମାସରେ ୨୦୦୦ ଟଙ୍କା ଦେଉଛନ୍ତି । ଇଲେକ୍ଟ୍ରିସିଟି, ବସ୍ ଯାତ୍ରା ସମ୍ପୂର୍ଣ୍ଣ ମାଗଣା । କିନ୍ତୁ ଯେଉଁମାନେ ମଦ ପିଉଛନ୍ତି; ସେମାନଙ୍କୁ ୨ ବୋତଲ ମଦ ପ୍ରତି ସପ୍ତାହରେ ଦେବା ଆବଶ୍ୟକ । ସେମାନଙ୍କୁ ପିଇବାକୁ ଦିଆଯାଉ, ନହଲେ ଆମେ କେମିତି ସେମାନଙ୍କୁ ପ୍ରତିମାସରେ ଟଙ୍କା ଦେବା?
ପୁରୁଷଙ୍କ ପାଇଁ କିଛି କର…ସପ୍ତାହରେ ୨ ବୋତଲ ମଦରେ କ’ଣ ଭୁଲ ରହିଛି ବୋଲି କ୍ରିଷ୍ଣପ୍ପା ପ୍ରଶ୍ନ କରିଛନ୍ତି ।

ସରକାରଙ୍କ ପକ୍ଷରୁ କର୍ନାଟକ ଶକ୍ତି ମନ୍ତ୍ରୀ କେ. ଜେ. ଜର୍ଜ କହିଛନ୍ତି, ପ୍ରଥମେ ନିର୍ବାଚନ ଜିତ ତା’ ପରେ ଏହି ଯୋଜନା ଆଣ । ଆମେ ଚାହୁଁ ଲୋକମାନେ କମ୍ ମଦ ପିଅନ୍ତୁ ।

ବରିଷ୍ଠ କଂଗ୍ରେସ ନେତା ବି.ଆର୍. ପାଟିଲ କହିଛନ୍ତି, ଅବକାରୀ ରାଜସ୍ୱ ଟଙ୍କା ଗରିବଙ୍କ ରକ୍ତ ଶୋଷଣ କରି କରାଯାଇଛି । ଏ ଟଙ୍କାରେ ଦେଶ ଗଠନ କରାଯାଇପରିବ ନାହିଁ । ଜାତୀୟ ସ୍ତରରେ ମଦ ଉପରେ କଟକଣା ଲାଗିବା ଆବଶ୍ୟକ ।

କିଛିଦିନ ପୂର୍ବେ ବିରୋଧୀ ଦଳ ନେତା ଅରବିନ୍ଦ ବେଲ୍ଲାଡ କହିଛନ୍ତି, ରାଜ୍ୟ ଅଧିକମାତ୍ରାରେ ରାଜ୍ୟ ଅବକାରୀ ବିଭାଗ ରାଜସ୍ୱ ଉପରେ ନିର୍ଭର କରିବାରେ ଲାଗିଛି । ଗୃହଲକ୍ଷ୍ମୀ ଯୋଜନାରେ ମହିଳାଙ୍କୁ ୨୦୦୦ ଟଙ୍କା ମିଳୁଛି । ଏହି ଯୋଜନା ଅର୍ନ୍ତଗତ ମୋଟ ୨୮,୬୦୮ କୋଟି ଟଙ୍କା ବଣ୍ଟା ଯାଉଛି । ରାଜ୍ୟ ଅବକାରୀ ବିଭାଗରୁ ମୋଟ ୩୬୦୦୦ ରାଜସ୍ୱ ଆଦାୟ କରୁଛି ।

ବିହାର ଭଳି ରାଜ୍ୟ ବିନା ଅବକାରୀ ଟଙ୍କାରେ ଚାଲୁଛି । ସେହିପରି ଗୁଜରାଟରେ ଅବକାରୀ ରାଜସ୍ୱ ମାତ୍ର ୦.୧ ପ୍ରତିଶତ ବୋଲି ବେଲ୍ଲାଡ କହିଛନ୍ତି ।

ଏହାର ଜବାବରେ ଆଇଟି ମନ୍ତ୍ରୀ ପ୍ରିୟଙ୍କା ଖାର୍ଗେ କହିଛନ୍ତି, ପୂର୍ବଥର ଭାଜପା ସରକାର ସମୟରେ ମଧ୍ୟ ଅବକାରୀ ରାଜସ୍ୱ ୩୫୦୦୦ କୋଟି ରଖିଥିଲା । ଯଦି ଆପଣ ଆନ୍ଦୋଳନ କରିଥାନ୍ତେ, ତେବେ ମନ ନିଷେଧ ପାଇଁ କହିବାକୁ ଆପଣଙ୍କ ପାଖରେ ନୈତିକ ଅଧିକାର ରହିଥାନ୍ତା । ବର୍ତ୍ତମାନ ନିଷେଦ୍ଧ ଦାବିରେ ଏକ ପ୍ରସ୍ତାବ ଆଣନ୍ତୁ ।

ତୁମେ ମାନେ ଗାନ୍ଧିଙ୍କ ନିୟମ ଅବଲମ୍ବନ କରିପାରିବ ନାହିଁ; ଯେଉଁମାନେ ଆରଏସଏସ୍ ଖାଲି ରଙ୍ଗରୁ ।