ସୀମା ଟପିଲା ରାଗିଂ, ଛାତ୍ରଙ୍କୁ ଡ୍ରେସ ଖୋଲି ନିର୍ଦ୍ଧୁମ ପିଟିଲେ ଛେପ ପକାଇ ପାଣି ପିଆଇଦେଲେ
ସରକାରୀ କଲେଜରେ ରାଗିଂ । ଅଭିଯୋଗ ପରେ 7 ସସପେଣ୍ଡ ।
ନୂଆଦିଲ୍ଲୀ: କେରଳରୁ ଏକ ଭୟଙ୍କର ରାଗିଂ ଘଟଣା ସାମ୍ନାକୁ ଆସିଛି । ସିନିୟରମାନେ ଜୁନିଅରଙ୍କୁ ଅକଥନୀୟ ରାଗିଂ କରିଥିବା ଅଭିଯୋଗ ହୋଇଛି ।
ଥିରୁଅନନ୍ତପୁରମର କରିୟାବଟ୍ଟୋମ ସରକାରୀ କଲେଜରୁ ରାଗିଂ ଅଭିଯୋଗ ଆସିଛି । ସିନିୟରମାନେ ଜଣ ଛାତ୍ରଙ୍କୁ ଛେପ ପକାଇ ପାଣି ପିଇବାକୁ ବାଧ୍ୟ କରିଥିଲେ । ଏହାସହିତ ତାଙ୍କୁ ଆଣ୍ଠେଇ ନିର୍ଦ୍ଧୁମ ଛେଚିଥିଲେ ।
ତେବେ ପୀଡିତ ଛାତ୍ରଜଣକ ଏନେଇ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଆଧାରରେ 7ଜଣ ସିନିୟରଙ୍କୁ ସସପେଣ୍ଡ କରାଯାଇଛି ।
ତେବେ କେରଳ ରାଗିଂର ଏହା ପ୍ରଥମ ଘଟଣା ନୁହେଁ । ଗୋଟିଏ ସପ୍ତାହ ଭିତରେ ଏହା ତୃତୀୟ ମାମଲା ଅଟେ । ଛାତ୍ରଜଣକ ଅଭିଯୋଗ ଅନୁସାରେ, ଏକ କୋଠରୀରରେ ବନ୍ଦ କରି ଛାତ୍ରମାନେ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ ।
ଜୁନିଅର ସିନିୟର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ଶେଷରେ ପାଣିରେ ଛପ ପକାଇ ପିଇବାକୁ ଦେଇଥିଲେ ।
ତେବେ କେରଳରୁ ହିଁ ବାରମ୍ବାର ମାମଲା ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।