ପୁଣି ଖସିଲା ସେୟାର୍ ବଜାର: ସେନ୍ସେକ୍ସ 836 ପଏଣ୍ଟ୍ ହ୍ରାସ
ଗତ କିଛି ଦିନ ହେବ ଭାରତୀୟ ସେୟାର୍ ବଜାରରେ ଉତ୍ସାହ ଦେଖା ଦେଇଥିବା ବେଳେ ମଙ୍ଗଳବାର ପୁଣି ନିରାଶ ହୋଇଛନ୍ତି ନିବେଶକ। ସପ୍ତାହର ଦ୍ବିତୀୟ ଦିନ ଅର୍ଥାତ୍ ମଙ୍ଗଳବାର, ଷ୍ଟକ୍ ବଜାରରେ କାରବାର ହ୍ରାସ ସହିତ ଆରମ୍ଭ ହୋଇଛି।
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତୀୟ ସେୟାର୍ ବଜାରରେ ଉତ୍ସାହ ଦେଖା ଦେଇଥିବା ବେଳେ ମଙ୍ଗଳବାର ପୁଣି ନିରାଶ ହୋଇଛନ୍ତି ନିବେଶକ। ସପ୍ତାହର ଦ୍ବିତୀୟ ଦିନ ଅର୍ଥାତ୍ ମଙ୍ଗଳବାର, ଷ୍ଟକ୍ ବଜାରରେ କାରବାର ହ୍ରାସ ସହିତ ଆରମ୍ଭ ହୋଇଛି।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ 836 ପଏଣ୍ଟ ହ୍ରାସ ପାଇ 841,339 ରେ ପହଞ୍ଚିଛି। ନିଫ୍ଟି ମଧ୍ୟ ପ୍ରାୟ 244 ପଏଣ୍ଟ ହ୍ରାସ ପାଇ 24,756 ରେ ଅଛି । ସେନସେକ୍ସର 30ଟି ଷ୍ଟକ୍ ମଧ୍ୟରୁ 29ଟି ହ୍ରାସ ପାଇଛି ଏବଂ ଗୋଟିଏ ବୃଦ୍ଧି ପାଇଛି। NTPC, Bajaj Finserv ସମେତ ମୋଟ 11ଟି ଷ୍ଟକ୍ 1.8% ପର୍ଯ୍ୟନ୍ତ ହ୍ରାସ ପାଇଛି। ଇଣ୍ଡସଇଣ୍ଡ ବ୍ୟାଙ୍କ ୦.୭୦% ବୃଦ୍ଧି ପାଇଛି।
ବିଶ୍ୱ ବଜାରରେ ହ୍ରାସ
ଏସୀୟ ବଜାରରେ, ଜାପାନର ନିକେଇ ପ୍ରାୟ 100 ପଏଣ୍ଟ ହ୍ରାସ ପାଇ 37,440 ରେ ଏବଂ କୋରିଆର କୋସ୍ପି 13 ପଏଣ୍ଟ ହ୍ରାସ ପାଇ 2,631 ରେ କାରବାର କରୁଛି।
ହଂକଂର ହ୍ୟାଙ୍ଗ ସେଙ୍ଗ ଇଣ୍ଡେକ୍ସ 73 ପଏଣ୍ଟ (0.31%) ହ୍ରାସ ପାଇ 23,209ରେ ଏବଂ ଚୀନର ସାଂଘାଇ କମ୍ପୋଜିଟ୍ 11 ପଏଣ୍ଟ ହ୍ରାସ ପାଇ 3,335ରେ ରହିଛି।
ସେହିପରି ମେ 23 ତାରିଖରେ, ଆମେରିକାର ଡାଉ ଜୋନ୍ସ 256 ପଏଣ୍ଟ ହ୍ରାସ ପାଇ 41,603ରେ ବନ୍ଦ ହୋଇଥିଲା, ନେସ୍ଡେକ୍ କମ୍ପୋଜିଟ୍ 188 ପଏଣ୍ଟ (1%) ହ୍ରାସ ପାଇ 18,737ରେ ବନ୍ଦ ହୋଇଥିଲା, ଏବଂ S&P 500 ମଧ୍ୟ 39 ପଏଣ୍ଟ (0.67%) ହ୍ରାସ ପାଇ 5802ରେ ପହଞ୍ଚିଥିଲା।
ଉଲ୍ଲେଖେଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଗତ କିଛି ଦିନ ହେବ ଭାରତୀୟ ଷ୍ଟକ୍ ବଜାରରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା। ଗତକିଛି ମାସ ହେବ ସେୟାର ବଜାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ୍ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବା ପରେ ଏହି ଟ୍ରେଣ୍ଡ୍ ବଦଳୁଥିବା ନଜର ଆସିଥିଲା। କିନ୍ତୁ ଗତ କିଛି ଦିନ ଲଗାତର ଭାବେ ଉପରମୁହାଁ (ଗ୍ରୀନ୍ ଜୋନ୍)ରେ ବଜାର ରହିଥିବା ବେଳେ ଆଜି ପୁଣି ଟ୍ରେଣ୍ଡ୍ ବଦଳିଛି।