fbpx

ଅପରାହ୍ନରେ ଆସିବ ସେପ୍ଟେମ୍ବର ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ କିଛିଦିନ କରୋନା ସଂକ୍ରମଣ ଉପରତଳ ହେବାରେ ଲାଗିଛି । ଏହାରି ମଧ୍ୟରେ ସେପ୍ଟେମ୍ବର ମାସ ପାଇଁ ଆଜି ଅପରାହ୍ନରେ ଆସିବ କରୋନା ଗାଇଡଲାଇନ୍ । ଦିନ ୨ଟାରୁ ୩ଟା ଭିତରେ ଆସିପାରେ ନୂଆ ଗାଇଡଲାଇନ୍ । ସେପ୍ଟେମ୍ବର ଗାଇଡଲାଇନ୍ ନେଇ ସୂଚନା ଦେବେ ଏସଆରସି ।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟି ରଖି ସପ୍ତାହାନ୍ତ ସଟଡାଉନ୍ ହଟିନପାରେ, କିନ୍ତୁ ଏଥିରେ କଟକଣା କିଛି ମାତ୍ରାରେ କୋହଳ ହୋଇପାରେ । ଶନିବାର ଓ ରବିବାର ଅପରାହ୍ନ ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିପାରେ । କଟକଣା କୋହଳ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଏହା ସହ ନୂଆ ଗାଇଡଲାଇନରେ ନାଇଟ କର୍ଫ୍ୟୁ କୋହଳ ହୋଇପାରେ ।

Get real time updates directly on you device, subscribe now.