fbpx

ପୁଅମାନଙ୍କୁ ମାରି କାହିଁକି ତାଙ୍କ ମାଂସ ଖାଉଥିଲା ସିରିଏଲ କିଲର୍? ସତ ଶୁଣିଲେ ଥରିଉଠିବେ ଆପଣ

ନୂଆଦିଲ୍ଲୀ: ନେଟଫ୍ଲିକ୍ସର କ୍ରାଇମ ସିରିଜ୍ DAHMER – Monster: The Jeffrey Dahmer ଷ୍ଟୋରୀ ସାରା ଦୁନିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆମେରିକାର ସବୁଠାରୁ ବିପଜ୍ଜନକ ସିରିଏଲ କିଲରଙ୍କ ମଧ୍ୟରେ ଅନ୍ୟତମ ଜେଫ୍ରି ଡାହମେରର ଜୀବନୀ ଉପରେ ପ୍ରସ୍ତୁତ ଏହି ସିରିଜ୍ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ସିରିଜରେ ଜେଫ୍ରି ଡାହମେରର ଜୀବନୀକୁ ଦେଖାଦେଇଛି ।

ଜେଫ୍ରି ୧୯୭୮ରୁ ୧୯୯୧ ସୁଦ୍ଧା ପ୍ରାୟ ୧୭ ଜଣ ପୁଅଙ୍କୁ ହତ୍ୟା କରିଥିଲା । କେବଳ ଏତିକି ନୁହେଁ, ସେମାନଙ୍କ ମଧ୍ୟରୁ କିଛି ପୁଅଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମାଂସ ମଧ୍ୟ ଖାଇଥିଲା । ଜେଫ୍ରି କାହିଁକି ନରହନ୍ତା ପାଲଟିଥିଲା ଓ ପୀଡିତଙ୍କର ମାଂସ କାହିଁକି ଖାଉଥିଲା, ସେନେଇ ସେ ଖୋଦ୍ ଜଣେ ସାମ୍ବାଦିକଙ୍କୁ କହିଥିଲା ।

ଆମେରିକାର ଜଣେ ସାମ୍ବାଦିକ ଥରେ ଜେଫ୍ରି ଡାହମେରର ଇଣ୍ଟରଭ୍ୟୁ ନେଇଥିଲା । ନେନସି ଗ୍ଲାସ ନାମକ ସାମ୍ବାଦିକ ୧୯୯୩ରେ ନିଜ ଚ୍ୟାନେଲରେ ସିଏନଏନ ପାଇଁ ଡାହମେର ସହ କଥାବାର୍ତ୍ତା କରିଥିଲେ । ଡାହମେର ସହ କଥାବାତ୍ତା କେତେ ଭୟଙ୍କର ଥିଲା ବୋଲି ଏବେ ସେ ଖୁଲାସା କରିଛନ୍ତି । ଏହା ସହ ଡାହମେର ହତ୍ୟା କରୁଥିବା ପୁଅଙ୍କ ମାଂସ ମଧ୍ୟ ଖାଉଥିଲା ବୋଲି ସେ କହିଛନ୍ତି ।

सीरियल किलर जेफ्री डामर, डामर सीरीज के एक्टर इवान पीटर्स

ସାମ୍ବାଦିକ ନେନସିଙ୍କ କହିବା ମୁତାବକ, ‘ସେ ପୁଅମାନଙ୍କ ମାଂସ ଏଥିପାଇଁ ଖାଉଥିଲା, କାରଣ ସେ ସେମାନଙ୍କୁ ନିଜର ଅଂଶ କରିବାକୁ ଚାହୁଁଥିଲା । ସେ ବହୁତ ନିରାଶ ଓ ଏକୁଟିଆ ଥିବା ସହ ସମଲିଙ୍ଗୀ ହେବାକୁ ନେଇ ଲଜ୍ଜିତ ମନେ କରୁଥିଲା । ଛୁଆବେଳୁ ପିଲାମାନଙ୍କ ସହ ମିଶିବାରେ ତାକୁ ବହୁତ ସମସ୍ୟା ହେଉଥିଲା । ଏପରି ପରିସ୍ଥିତିରେ ଯଦି ସେ ନିଜ ପୀଡିତଙ୍କୁ ଖାଇଦିଏ, ତେବେ ସେମାନେ କେବେ ତାକୁ ଛାଡ଼ିକି ଯିବେ ନାହିଁ ବୋଲି ଜେଫ୍ରି ଭାବୁଥିଲା ।’ ଇଣ୍ଟରଭ୍ୟୁ ସମୟରେ ଜେଫ୍ରି ଅତ୍ୟନ୍ତ ନର୍ମାଲ ଥିବା ବେଳେ ଏହାକୁ ଦେଖି ସାମ୍ବାଦିକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.