fbpx

Love Biteର ମଧୁର ଅନୁଭବ ବଢ଼ାଇପାରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା, ଜାଣନ୍ତୁ କଣ ଏହାର ସାଇଡ୍ ଇଫେକ୍ଟ୍

ଷ୍ଟ୍ରୋକ୍ କାରଣ ପାଲଟିପାରେ ଲଭ୍ ବାଇଟ

ନୂଆଦିଲ୍ଲୀ: ଲଭ୍ ମେକିଂ ସମୟରେ ଅନେକ ଥର ଲୋକମାନେ ନିଜର ସାଥୀଙ୍କୁ ଲଭ୍ ବାଇଟ୍ ଦେଇଥାନ୍ତି । ଏହା କେବଳ ଦୁହେଁ ଦୁହିଁଙ୍କ ମଧୁର ଅନୁଭବ କୁ ବଢ଼ାଇଏ ନାହିଁ ବରଂ ସମ୍ପର୍କକୁ ଆହୁରି ବି ଦୃଢ଼ କରେ । ତେବେ ସ୍କିନ୍ ଉପରେ ଖୁବ୍ ଜୋରରେ କିସ୍ କରିବା ଦ୍ୱାରା ସେହି ସ୍ଥାନରେ ରକ୍ତ ଜମାଟ ପରି ହୋଇଯାଇଥାଏ । ଯାହା କଳା ବା ନାଲି ରଙ୍ଗର ଚିହ୍ନ ପରି ଦେଖାଯାଏ । ଏହାକୁ ହିଁ ଲଭ୍ ବାଇଟ୍ ବା ଲଭ୍ ମାର୍କ ବୋଲି କୁହାଯାଏ । ହେଲେ କଣ ଆପଣ ଜାଣନ୍ତି କି ଯେଉଁ ଲଭ୍ ବାଇଟ୍ ନିଜ ପାର୍ଟନର୍ ସହିତ ସମ୍ପର୍କକୁ ବଢ଼ାଇବାକୁ ଦେଇଥାନ୍ତି ତାହା ତାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ ।

ଲଭ୍ ବାଇଟ୍ କାରଣରୁ ସ୍କିନ୍ ରେ ରକ୍ତ ଜମାଟ ବାନ୍ଧିଯାଏ । ଏହା ଦ୍ୱାରା ଆପଣ ସ୍କିନ୍ ନୀଳ ପଡ଼ିବା ଏବଂ ସୁଜନ୍ ଭଳି ସମସ୍ୟାରେ ବ୍ୟତୀତ ଅନେକ ବଡ଼ ବଡ଼ ସମସ୍ୟା ଦେଇ ଗତି କରିପାରନ୍ତି । ତେଣୁ ଏ ସମ୍ପର୍କରେ ଆପଣ ମାନେ ଜାଣିବା ନିହାତି ଆବଶ୍ୟକ । ତାହେଲେ ଚାଲନ୍ତୁ ଜାଣିବା ଲଭ୍ ବାଇଟ୍ ର ସାଇଡ୍ ଇଫେକ୍ଟ୍ ବିଷୟରେ ।

ଲଭ୍ ବାଇଟ୍ କାରଣରୁ ହର୍ପିସ୍ ଭାଇରସ୍ ସଂକ୍ରମିତ କରିପାରେ । ଏହା ଯୋଗୁଁ ମୁହଁରେ କିମ୍ବା ଏହାର ଆଖପାଖ ଜାଗାରେ ଘା’ ହେବା ଆରମ୍ଭ ହୋଇଯାଏ । ଏହାକୁ ଓରାଲ ହର୍ପିସ୍ ଭାଇରସ୍ ବୋଲି କୁହାଯାଏ । ତେଣୁ ଲଭ୍ ବାଇଟ୍ ଦେବା ଫଳରେ ଏହି ଭାଇରସ୍ ଆପଣଙ୍କ ପାର୍ଟନର୍ ଠାରେ ଦେଖିବାକୁ ମିଳେ । ସେହିପରି କିଛି ଜଣ ଶରୀରରେ ଆଇରନ୍ ର ଅଭାବ ଥାଏ । ଯାହାଦ୍ୱାରା ସେମାନଙ୍କ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ନଥାଏ । ଆଇରନ୍ କମ୍ ଥିବା ଲୋକଙ୍କୁ ଲଭ୍ ବାଇଟ୍ ଦେବା ଫଳରେ ଲଭ୍ ବାଇଟ୍ ଖୁବ୍ ଶୀଘ୍ର ଛପିଯାଏ, ଆଉ ଏହି ଦାଗ ସବୁଦିନ ପାଇଁ ରହିଯାଏ ।

ସୂଚନା ଅନୁସାରେ, ନ୍ୟାସନାଲ୍ ହାର୍ଟ, ଲଙ୍ଗସ୍ ଓ ବ୍ଲଡ୍ ଇନଷ୍ଟିଚ୍ୟୁଟ୍ ରେ ହୋଇଥିବା ଏକ ଅଧ୍ୟୟନ ମୁତାବକ, ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ନ ରହିବା ଓ ପ୍ଲେଟଲେଟ୍ କମ୍ ହେବା ଫଳରେ ଏନିମିଆ ସମସ୍ୟା ବଢ଼ିଯାଏ । ଲଭ୍ ବାଇଟ୍ ଖୁବ୍ ବିପଦଜନକ ସାବ୍ୟସ୍ତ ହୋଇପାରେ । ଏହା ଷ୍ଟ୍ରୋକ୍ କାରଣ ପାଲଟିପାରେ । ଖାଲି ସେତିକି ନୁହେଁ ଏହା ଶରୀରର କୌଣସି ଅଙ୍ଗକୁ ପାରାଲାଇଜ୍ ବି କରିପାରେ । ୨୦୧୧ ମସିହାରେ ନ୍ୟୁଜିଲାଣ୍ଡରେ ଏଭଳି ମାମଲା ଦେଖିବାକୁ ମିଳିଥିଲା । ଲଭ୍ ବାଇଟ୍ ଯୋଗୁଁ ଜଣେ ୪୪ ବର୍ଷର ମହିଳାଙ୍କ ବାମପଟ ହାତ ପାରାଲାଇଜ୍ ହୋଇଯାଇଥିଲା ।

Get real time updates directly on you device, subscribe now.