ବେଲୁଚିସ୍ତାନରେ ପ୍ରାଣଘାତୀ ବିସ୍ଫୋରଣ: ପାକିସ୍ତାନର ୭ ଯବାନ ନିହତ

କରାଚୀ: ବେଲୁଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୭ ପାକିସ୍ତାନୀ ସୌନିକ ପ୍ରାଣ ହରାଇଥିବା ସୂଚନା ।

ମଙ୍ଗଳବାର ସେନା ଗାଡ଼ି ଆଇଇଡି ବିସ୍ଫୋରକ ସହ ବାଡେଇ ହେବା କାରଣରୁ ବିସ୍ଫୋରଣ ହୋଇଥିଲା ।

୭ ଯବାନ ନିହତ ହେବା ନେଇ ପାକିସ୍ତାନ ମିଲିଟାରୀ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ବେଲୁଚିସ୍ତାନରେ ସକ୍ରିୟ ଅତଙ୍କି ଗୋଷ୍ଠୀ ବିସ୍ଫୋରଣ କରିଥିବା ସ୍ୱୀକାର କରିଛନ୍ତି ।

ଏହାପୂର୍ବରୁ ରବିବାର ଦିନ କଏଦୀଙ୍କ ଭ୍ୟାନ୍ ଉପରକୁ ଆତଙ୍କୀମାନେ ଆକ୍ରମଣ କରିଥିଲେ । ୫ ପୋଲିସ ଅଫିସରଙ୍କୁ ଅଟକ ରଖିଥିବା ମଧ୍ୟ କୁହାଯାଉଛି ।