ସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ପାଟଣାଗଡ଼(ଓଡ଼ିଶା ଭାସ୍କର): ପାଟଣାଗଡ଼ର ଏକ ସ୍କୁଲରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି, ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାପୁଜୀ ହାଇସ୍କୁଲର ୭ ଛାତ୍ରୀଙ୍କୁ ଶିକ୍ଷକ ଉଠବସ୍ କରିବାରୁ ସେମାନେ ଅସୁସ୍ଥ ହୋଇପଡିଥିବା ଅଭିଯୋଗ ହୋଇଛି ।

ତେବେ ପ୍ରାର୍ଥନା ସଭାରେ ବିଳମ୍ବରେ ପହଞ୍ଚିବା କାରଣରୁ ଉଠବସ୍ କରିବା ଅଭିଯୋଗ ହୋଇଥିବା ଜଣାପଡିଛି । ଉଠବସ୍ କରିବା ପରେ ଛାତ୍ରୀମାନେ ଅଚେତ ହୋଇପଡ଼ିବାରୁ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।