fbpx

ଭାରତ ଚାଉଳ-ଗହମ ଉତ୍ପାଦନରେ ବିଶ୍ୱରେ ଦୁଇ ନମ୍ବର: ଦେଶର ୯୭ କୋଟି ଲୋକଙ୍କୁ ମିଳୁନି ସୁସ୍ଥ ଖାଦ୍ୟ, ୨୨ କୋଟି ଲୋକ ପୁଷ୍ଟିହୀନ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ମହଙ୍ଗା ଋତୁ ଚାଲିଛି । ତେବେ ମହଙ୍ଗାର ପ୍ରଭାବରେ ଗରିବ ଲୋକମାନେ ସୁସ୍ଥ ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି । ୯୭ କୋଟିରୁ ଅଧିକ ଲୋକ ହେଲଦି ଡାଏଟ ନେବାରୁ ବଞ୍ଚିତ ହେଉଛନ୍ତି । ସେହିପରି ୨୨ କୋଟି ଲୋକ ପୁଷ୍ଟିହୀନ ଅଟନ୍ତି । ତେବେ ସୁସ୍ଥ ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଥିବା ଲୋକ ସଂଖ୍ୟା ଚୀନଠାରୁ ଭାରତର ୫ ଗୁଣ ଅଧିକ ଅଟେ । ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ କରାଯାଇଥିବା ଏକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

ଚାଉଳ-ଗହମ ଉତ୍ପାଦନରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଏଇ ଭାରତରେ ୭୦ ପ୍ରତିଶତରୁ ଅଧିକ ଲୋକ ସୁସ୍ଥ ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି । ‘ଦି ଷ୍ଟେଟ ଅଫ୍ ଫୁଡ୍ ସିକ୍ୟୁରିଟି ଆଣ୍ଡ ନ୍ୟୁଟ୍ରିସନ ଇନ ଦି ୱାର୍ଲ୍ଡ ୨୦୨୨’ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ୨୦୨୦ ପର୍ଯ୍ୟନ୍ତ ୩୦୭ କୋଟିରୁ ଅଧିକ ଲୋକ ସୁସ୍ଥ ଖାଇବାରୁ ବଞ୍ଚିତ ହୋଇଥିଲେ ।

ଅର୍ଥାତ ବିଶ୍ୱର ୪୨ ପ୍ରତିଶତ ଲୋକ ସୁସ୍ଥ ଖାଦ୍ୟ ଖାଇ ପାରୁନାହାନ୍ତି । ଭାରତରେ ୭୦ ପ୍ରତିଶତ ଅର୍ଥାତ ୯୭.୩୩ କୋଟି ଲୋକଙ୍କୁ ସୁସ୍ଥ ଖାଦ୍ୟ ମିଳୁନି । ପ୍ରତ୍ୟେକ ଦିନ ସୁସ୍ଥ ଖାଦ୍ୟ ଖାଇବା ପାଇଁ ଜଣେ ଭାରତୀୟଙ୍କୁ ୨୩୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଏପରି ଭାବେ ଦୈନିକ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ପାଇଁ ଜଣଙ୍କୁ ମାସକୁ ୭ ହଜାରରୁ ଅଧିକ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ଭାରତର ସ୍ଥିତି ସୁଧୁରୁଥିବା ବେଳେ କୋଭିଡ୍ ଏଥିରେ ବ୍ରେକ୍ ଲଗାଇଥିବା ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.