fbpx

ହିମାଚଳ ପ୍ରଦେଶରେ ଗମ୍ଭୀର ଆର୍ଥିକ ସଂକଟ; କର୍ମଚାରୀଙ୍କୁ ମିଳିନି ଦରମା, ପେନସନକୁ ଅପେକ୍ଷା…, ରାଜ୍ୟ ଉପରେ ଏତିକି ଟଙ୍କାର ଋଣ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଇତିହାସରେ ପ୍ରଥମ ଥର ପାଇଁ ଦେଖାଦେଇଛି ଗଭୀର ଆର୍ଥିକ ସଂକଟ । ରାଜ୍ୟର ୨ ଲକ୍ଷ କର୍ମଚାରୀ ଏବଂ ୧.୫ ପେନସନଭୋଗୀଙ୍କ ଆକାଉଣ୍ଟକୁ ଆସିନି ଦରମା ଏବଂ ପେନସନ୍ । ସବୁବେଳେ ମାସର ପ୍ରଥମ ତାରିଖରେ ଆକାଉଣ୍ଟକୁ ଟଙ୍କା କ୍ରେଡିଟ୍ ହେଉଥିବା ବେଳେ ବର୍ତ୍ତମାନ କର୍ମଚାରୀଙ୍କୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କହିରଖୁଛୁ ରାଜ୍ୟ ଉପରେ ପ୍ରାୟ ୯୪ ହଜାର କୋଟି ଟଙ୍କାର ଋଣ ରହିଛି । ଏହା ରାଜ୍ୟର ଆର୍ଥିକ ସ୍ଥିତିକୁ ଆହୁରି ଦୁର୍ବଳ କରୁଛି । ତେଣୁ ରାଜ୍ୟ ସରକାରଙ୍କୁ ପୁରୁଣା ଋଣ ସୁଝିବା ପାଇଁ ନୂଆ ଋଣର ସାହାରା ନେବାକୁ ପଡ଼ୁଛି ।

ହିମାଚଳ ପ୍ରଦେଶରେ ଦେଖାଦେଇଥିବା ଆର୍ଥିକ ସଂକଟର ଚର୍ଚ୍ଚା ବର୍ତ୍ତମାନ ସାରା ଦେଶରେ ହେଉଛି । ଏମିତିରେ ରାଜ୍ୟରେ ଏପରି ଆର୍ଥିକ ସଂକଟ କାହିଁକି ଦେଖାଦେଲା ? ଏହା ପଛରେ କ’ଣ କାରଣ ରହିଛି ? ଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ସୂତ୍ରରୁ ପ୍ରକାଶ ସେପ୍ଟେମ୍ବର ୫ରେ କେନ୍ଦ୍ରରୁ ରେଭେନ୍ୟୁ ଡେଫିସିଟ୍ ଗ୍ରାଣ୍ଟର ୫୨୦ କୋଟି ଟଙ୍କା ହିମାଚଳ ପ୍ରଦେଶ ସରକାରଙ୍କ ଟ୍ରେଜେରୀରେ ଆସିବ । ଏହା ପରେ ହିଁ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଆକାଉଣ୍ଟକୁ ଦରମା ଏବଂ ପେନସନ୍ ଆସିବ । କହିରଖୁଛୁ ରାଜ୍ୟ ସରକାରଙ୍କୁ ମାସିକ ସରକାରୀ କର୍ମଚାରୀଙ୍କ ଦରମା ବାବଦକୁ ୧ ହଜାର ୨୦୦ କୋଟି ଟଙ୍କା ଏବଂ ପେନସନଭୋଗୀଙ୍କ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

Get real time updates directly on you device, subscribe now.