ସକାଳେ ଖରା, ଅପରାହ୍ଣରେ କାଳବୈଶାଖୀ; ଉପକୂଳ ଓଡ଼ିଶାର 11 ଜିଲ୍ଲାକୁ ୱାର୍ଣ୍ଣିଂ
ସକାଳେ ଖରା, ଅପରାହ୍ଣରେ ବର୍ଷା । ଏନେଇ ପାଣିବିଭାଗ ପକ୍ଷରୁ ସତର୍କବାଣୀ । ଆଜି 11ଟି ଉପକୂଳ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।
ଭୁବନେଶ୍ବର: ସକାଳେ ଖରା, ଅପରାହ୍ଣରେ ବର୍ଷା । ଏନେଇ ପାଣିବିଭାଗ ପକ୍ଷରୁ ସତର୍କବାଣୀ । ଆଜି 11ଟି ଉପକୂଳ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ସେପଟେ ଆଗକୁ ଗ୍ରୀଷ୍ମ ପ୍ରବାହ ସମ୍ଭାବନା । ରାଜ୍ୟରେ ବଢିପାରେ ତାପମାତ୍ରା । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳ ।
ଗରମ ଗୁଳୁଗୁଳି ସହ ବହିପାରେ ଝାଞ୍ଜି ପବନ ଏବଂ ଜୁନ 7 ପରେ 42 ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଝାଞ୍ଜି ପବନ ଯୋଗୁଁ ତାପମାତ୍ରା ଅଧିକ ରହିବ । କିନ୍ତୁ 15 ତାରିଖ ପରେ ବଦଲିପାରେ ପାଗ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ଜୁନ 17 ପରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ।
ତେବେ ଖରା ଗରମ ସହିତ ପଶ୍ଚିମା ଝାଞ୍ଜି ପବନ ବହିବା କାରଣରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ବରଗଡ଼, ସୋନପୁର, ବଲାଙ୍ଗୀର, ଦେବଗଡ଼ ଓ ଅନୁଗୁଳର ତାପମାତ୍ରା ଅଧିକ ରହିବ । ଏହା ସହିତ ଆଭ୍ୟନ୍ତରୀଣ ଓଡିଶା କେନ୍ଦ୍ରପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର ଅଞ୍ଚଳର କିଛି କିଛି ସ୍ଥାନ ମାନଙ୍କରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ତେବେ ଜୁନ 17 ତାରିଖପରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ଲୋମାନେ ଟିକେ ଆଶ୍ବସ୍ତି ହେବେ ।
ତାପମାତ୍ରା ଉଚ୍ଚ ରହିବା ସମୟରେ ନିମ୍ନଲିଖିତ ସାବଧାନୀ ଗ୍ରହଣ କରନ୍ତୁ:
-ପ୍ରଚୁର ପାଣୀ ପିଅନ୍ତୁ ଓ ନିଜ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ।
– ତାପମାତ୍ରା ଅଧିକ ଥିବା ସମୟରେ ବାହାରକୁ ଯାଆନ୍ତୁ ନାହିଁ ।
– ସାଧାରଣରେ ମାସ୍କ ପିନ୍ଧନ୍ତୁ
– ଶରୀରକୁ ଶୀତଳ ରଖିବା ପାଇଁ ଏୟାର୍ କଣ୍ଡିସନର ବ୍ୟବହାର କରନ୍ତୁ।